ସାକ୍ଷରତା ପରୀକ୍ଷାରେ ଟପ କରିଥିବା ୯୬ବର୍ଷୀୟା ବୃଦ୍ଧାଙ୍କୁ ମିଳିଲା ଲାପଟପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳ ସାକ୍ଷରତା ପରୀକ୍ଷାରେ ଟପ କରିଥିବା ୯୬ ବର୍ଷୀୟା ବୃଦ୍ଧା କାର୍ଥିୟାୟନି ଆମ୍ମାଙ୍କୁ କେରଳ ସରକାର ଏକ ଲାପଟପ ପ୍ରଦାନ କରିଛନ୍ତି । ସେଠାକାର ଶିକ୍ଷାମନ୍ତ୍ରୀ ସି ରବୀନ୍ଦ୍ରନାଥ ବୁଧବାର ଦୀପାବଳି ଅବସରରେ କାର୍ଥିୟାୟନିଙ୍କୁ ଭେଟି ଲାପଟପ ପ୍ରଦାନ କରିଥିଲେ । ସାକ୍ଷରତା ପରୀକ୍ଷାରେ କାର୍ଥିୟାୟନି ଟପ କରିବା ପରେ ସେ କମ୍ପ୍ୟୁଟର ଶିଖିବାକୁ ଚାହୁଥିବା କହିଥିଲେ । ତେବେ ଗତ କିଛିଦିନ ପୂର୍ବେ ଶିକ୍ଷାମନ୍ତ୍ରୀ କୌଣସି କାର୍ଯ୍ୟରେ ସେହି ଅଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ କେହି ତାଙ୍କୁ କାର୍ଥିୟାୟନିଙ୍କ କମ୍ପ୍ୟୁଟର ଶିଖିବା ସମ୍ପର୍କରେ ଜଣାଇଥିଲେ । ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଲାପଟପ ଯୋଗାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କେରଳରେ ସାକ୍ଷରତା ପରୀକ୍ଷା କରାଯାଇଥିଲା । ମୋଟ ୪୩, ୩୩୦ଜଣ ଏହି ପରୀକ୍ଷା ଦେଇଥିବା ବେଳେ କାର୍ଥିୟାୟନି ଆମ୍ମା ୧୦୦ରୁ ୯୮ ନମ୍ବର ରଖି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ।

Leave a comment