ଭୁଶୁଡ଼ିଲା ୫ ମହଲା ବିଶିଷ୍ଟ ବିଲଡିଂ; ୩ ମୃତ, ଅନେକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

0

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୱାଜିର ହାସନ ରୋଡରେ ଥିବା ଗୋଟିଏ ୫ ମହଲା ବିଶିଷ୍ଟ ବିଲଡିଂ ହଠାତ୍ ଭୁଶୁଡ଼ି ପଡ଼ିଛି । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଲୋକ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଝଟକା ଅନୁଭତ ହୋଇଥିଲା ।

ଏହି ବିଲଡିଂ ଉପରେ ଭୂକମ୍ପ ଝଟକାର ପ୍ରଭାବ ପଡ଼ିଥିବା କୁହାଯାଉଛି । ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ବିଲଡିଂ ଭୁଶୁଡ଼ିବା ଯୋଗୁ ୪ଟି ପରିବାର ଲୋକ ପ୍ରଭାବିତ ହୋଇଛନ୍ତି । ପରିବାରରେ ରହୁଥିବା କିଛି ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମାଟି ଅତଡ଼ା ତଳକୁ ୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା ।

 

Leave a comment