ସର୍ଭେ ରିପୋର୍ଟ, ନବୀନ କରିବେ ପୁଣି ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଣ୍ଡିଆ ଟିଭି ଓ ସିଏନଏକ୍ସ ପକ୍ଷରୁ ସର୍ଭେ ଅନୁଯାୟୀ ଓଡିଶାବାସୀ ପୁନର୍ବାର ନବୀନଙ୍କ ଉପରେ ଆସ୍ଥା ବଜାୟ ରଖିଛନ୍ତି । ସେମାନେ ଏଥର ମଧ୍ୟ ବିଜେଡିକୁ ନିଜ ସରକାର ଭାବେ ବାଛିବେ । ସର୍ଭେ ଦ୍ୱାରା ଆଜି ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡିକୁ ୧୦୦ଟି ଆସନ ମିଳିବା ସମ୍ଭାବନା ଥିବା ବେଳେ ବିଜେପିକୁ ୩୧ ଏବଂ କଂଗ୍ରେସକୁ ୯ଟି ଆସନ ମିଳିବ । ମାତ୍ର ଲୋକସଭା ନିର୍ବାଚନରେ ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୪, ବିଜେପିକୁ ୬ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ବୋଲି ଦର୍ଶାଯାଇଛି ।

ସେହିପରି କେନ୍ଦ୍ରରେ ବିଜେପିକୁ ୨୩୦, କଂଗ୍ରେସକୁ ୯୭, ତୃଣମୂଳ କଂଗ୍ରେସକୁ ୨୮, ସମାଜବାଦୀ ପାର୍ଟିକୁ ୧୮, ବିଏସପି ୧୬, ୱାଇଏସଆର କଂଗ୍ରେସ ୧୮, ଡିଏମକେ ୧୬, ଆନ୍ନାଡିଏମକେ ୧୦ ଏବଂ ଟିଆରଏସକୁ ୧୨ଟି ଆସନ ମିଳିବାର ସମ୍ଭାବନା ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

Leave a comment