ପଦାରେ ପଡିଲା ନିରଞ୍ଜନ ଓ ଜୟଦେବଙ୍କ ବୁଝାମଣା ବନ୍ଧୁତ୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରଞ୍ଜନ ଘଷିପୁରାରୁ ନାମାଙ୍କନ ପତ୍ର ଦାଖଲ କଲା ବେଳେ ତାଙ୍କ ପାଖରେ ଥିଲେ ତାଙ୍କର ଚିରା ଚରିତ ଶତ୍ରୁ ଜୟଦେବ ଜେନା । ଯେକି ଅନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ । ଶ୍ରୀକାନ୍ତ କ୍ୟାମ୍ପର ଅତି ଘନିଷ୍ଠ ଥିବା ଜୟଦେବ କିନ୍ତୁ ଏଥର ନିରଞ୍ଜନଙ୍କ ସପକ୍ଷରେ ରହିଥିଲେ । ଚାରିଆଡେ ଚର୍ଚ୍ଚା ଥିଲା ନିରଞ୍ଜନ ଓ ଜୟଦେବଙ୍କ ଭିତରେ ଭିତିରି ବୁଝାମଣା ସରିଛି । ଉଭୟ ଉଭୟଙ୍କୁ ସହଯୋଗ କରିବାକୁ ମନସ୍ତ କରିଛନ୍ତି । ଏହି ସମୟରେ ଜୟଦେବ ଓ ବଦ୍ରୀ ପାତ୍ରଙ୍କ ପୁଅର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକି ଓଡ଼ିଶା ରାଜନୀତିକୁ ବେଶ ସରଗରମ କରିଛି ।

ଯେତେବେଳେ ଗତ ନିର୍ବାଚନରେ ଜୟଦେବଙ୍କୁ ହରାଇବାକୁ ନିରଞ୍ଜନ ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ଚର୍ଚ୍ଚା ହୋଇଥିଲା । ଏଥର ତା’ଦେହରେ ବ୍ରେକ ଲଗାଇବା ପାଇଁ ଉଭୟ ସହଯୋଗର ହାତ ବଢାଇଛନ୍ତି । ସେହି ସମୟରେ ପହଞ୍ଚିଛି ଏଭଳି ଏକ ଫଟୋ ଯେକି ନିରଞ୍ଜନ ଓ ଜୟଦେବଙ୍କ ମିଛି ମିଛିକା ସମ୍ପର୍କର ଖୋଲିଛି ପୋଲ । ବଦ୍ରୀ ନାରାୟଣ ପାତ୍ର ଘଷିପୁରାରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ନିରଞ୍ଜନ ଓ ବଦ୍ରିଙ୍କ ସମ୍ପର୍କ କାହାକୁ ବା ଅଛୁପା ଅଛି । ଜଣଙ୍କ ଛାଇ ପଡିଲେ ଆଉ ଜଣଙ୍କ ନାହି ଡିଆଁ ମାରେ । ଜୟଦେବ ଜେନା ଓ ବଦ୍ରୀ ପାତ୍ରଙ୍କ ପୁଅ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ନେଇ ନିରଞ୍ଜନ ଓ ଜୟଦେବଙ୍କ ମିଛି ମିଛିକା ସମ୍ପର୍କ ସମସ୍ତଙ୍କ ଆଗରେ ଖୋଲି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a comment