ମୁଖ୍ୟମନ୍ତ୍ରୀ ଗୁରୁଦାୟିତ୍ୱ ଦେଲେ ଅମରେଶଙ୍କୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମଧ୍ୟମର ବିଜେଡି କର୍ପୋରେଟରଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ଅମରେଶ ଜେନା । ଅମରେଶ ଜେନା ନିଜ ନାଁ ଅପେକ୍ଷା ବାଇଁଆ ଭାଇ ଭାବରେ ରାଜଧାନୀରେ ଖୁବ ପରିଚିତ । ସେ ନିଜର କର୍ମନିଷ୍ଠା ଫଳରେ ଭୁବନେଶ୍ୱର ମଧ୍ୟମରେ ବିଜେଡିର ଏକ ସୁଦୃଢ ସଙ୍ଗଠନ ଗଢିବାରେ ସଫଳ ହୋଇଛନ୍ତି । ଅମରେଶଙ୍କର କର୍ମନିଷ୍ଠା ଓ ସାଙ୍ଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ଅମରେଶ ଜେନା(ବାଇଁଆ) ଙ୍କୁ ନିଯୁକ୍ତି ଦେଇଛନ୍ତି । ଅମରେଶଙ୍କ ସାଙ୍ଗଠନିକ ଦକ୍ଷତା ଓ ଦଳପ୍ରତି ଥିବା ନିଷ୍ଠାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ଏହି ନୂତନ ଦାୟିତ୍ୱରେ ଅମରେଶ ଭୁବନେଶ୍ୱର ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡ଼ିକୁ ଅଧିକ ସଙ୍ଗଠିତ କରିବା ସହ ଅସନ୍ତୁଷ୍ଟ ଥିବା ବିଜେଡି କର୍ମୀଙ୍କୁ ବୁଝାଇ ସଙ୍ଗଠନକୁ ଅଧିକ ମଜଭୁତ କରିବେ ଯାହାକି ତାଙ୍କ ପାଇଁ ଏକ ଗୁରୁ ଦାୟିତ୍ୱ ହେବ । ପୂର୍ବରୁ ଅମରେଶଙ୍କ ଯୋଗ୍ୟତା ଅନୁଯାୟୀ ଦଳରେ ତାଙ୍କୁ ସେତେ ପ୍ରାଧାନ୍ୟ ଦିଆଯାଇନଥିଲା ମାତ୍ର ସେ ନିଜ କର୍ତ୍ତବ୍ୟନିଷ୍ଠାରେ କୌଣସି ଅବହେଳା ପ୍ରଦର୍ଶନ କରିନଥିଲେ । ଏଥର ଦଳ ତାଙ୍କ ଯୋଗ୍ୟତାକୁ ସମ୍ମାନ ଜଣାଇଛି ଓ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଛି । ଅମରେଶଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ଦାୟିତ୍ୱ ମିଳିବା ପରେ ବିଜେପି ଶିବିରରେ ଚିନ୍ତା ବଢିଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Leave a comment