ସୁର ହେବେ ସାଂସଦ ପ୍ରାର୍ଥୀ – ଟେନ୍ସନ ରେ ଅପରାଜିତା ଓ ଶ୍ରୀମୟୀ ,ଦେଖନ୍ତୁ ଭିଡ଼ିଓ

0

ସୁର ହେବେ ସାଂସଦ ପ୍ରାର୍ଥୀ – ଟେନ୍ସନ ରେ ଅପରାଜିତା ଓ ଶ୍ରୀମୟୀ , ଅପରାଜିତା ଓ ଶ୍ରୀମୟୀ ଙ୍କ ଅକଲ ଗୁଡୁମ

ଅପରାଜିତା ଓ ଶ୍ରୀମୟୀ ଙ୍କ ଅଙ୍କ ବିଗାଡ଼ି ଦେବେ ସୁର, ଚିନ୍ତା ବଢାଇଲେଣି ସୁର, ମାଡି ଚାଲ ନାରା ପହଁଞ୍ଚାଇବ କି ଦିଲ୍ଲୀରେ
ଏପରି କିଛି ଚର୍ଚ୍ଚା ରାଜଧାନୀର ଖଟିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା ଭୁବନେଶ୍ୱର ରାଜନୀତିକୁ ସରଗରମ କରୁଛି । ଆସନ୍ତା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସାଂସଦ ପଦ ପାଇଁ ତ୍ରିମୁଖୀ ଲଢେଇ ଦେଖିବେ ରାଜଧାନୀ ବାସିନ୍ଦା । ସେ ପୁଣି ଏକରୁ ବଳି ଏକ ଲୋକପ୍ରିୟ ଚେହେରା । ବିଜେଡି ରୁ ଶ୍ରୀମୟୀ ମିଶ୍ର ଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେପି ରୁ ଅପରାଜିତା ହେବେ ପ୍ରାର୍ଥୀ ସେହିପରି କଂଗ୍ରେସ ଏଥର ଓଡ଼ିଶାର ଲୋକପ୍ରିୟ ନେତା ସୁର ରାଉତରାୟ (ସୁର ଭାଇ) ଙ୍କୁ ଭୁବନେଶ୍ୱର ରୁ ସାଂସଦ ପ୍ରାର୍ଥୀ କରିବା ନେଇ ଦଳର ବରିଷ୍ଠ ନେତାମାନେ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ସୁର ଙ୍କ ପ୍ରାର୍ଥୀ ହେବା ଖବର ପ୍ରଚାର ହେବାପରେ ଶ୍ରୀମୟୀ ଏବଂ ଅପରାଜିତା ଙ୍କ ଅକଲ ଗୁଡୁମ ହୋଇଗଲାଣି ।

କାରଣ ସୁର ଭାଇ ନାମ ରେ ଛୋଟ ଛୁଆ ହେଉ, ଟୋକା ହେଉ କି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ସମସ୍ତ ପାଖରେ ସେ ବେଶ ପରିଚିତ । ସୁର ଭାଇ ଙ୍କ ମାଡିଚାଲ ବକ୍ତବ୍ୟ ସମସ୍ତ ଙ୍କ ମନକୁ ଛୁଇଁଛି । ଖାଲି ସେତିକି ନୁହେଁ ସୋସିଆଲ ମିଡ଼ିଆରେ ମଧ୍ୟ ଶ୍ରୀମୟୀ ଓ ଅପରାଜିତା ଙ୍କ ଠାରୁ ସୁରଙ୍କ ଫ୍ୟାନ ଫଲୋଅର ଦଶ ଗୁଣା ଅଧିକ ରହିଛି । ଉଭୟ ସୁରଙ୍କୁ ନା କଥାରେ ନା ଫ୍ୟାନ ଫଲୋଅର ନା ଲୋକପ୍ରିୟତାରେ ପାରିବେ । ସୁର ପାର୍ଥୀ ହେବା ଜାଣିବା ପରେ ଶ୍ରୀମୟୀ ମୁହଁ ଝାଉଁଳି ପଡ଼ିଥିବା ବେଳେ ଅପରାଜିତା ମଇଦାନରେ ବୁଲିବାକୁ ଭୟ କଲେଣି ବୋଲି ଉଭୟ ଦଳର ନେତା କହୁଛନ୍ତି । ସବୁଠାରୁ ରୋଚକ କଥା ଶ୍ରୀମୟୀ ଓ ଅପରାଜିତା ଉଭୟ ଉଭୟଙ୍କୁ ପାର୍ଥୀ ଭାବେ ଖାତିର କରନ୍ତି ନାହିଁ । ଅପରାଜିତା ନିଜର ଲୋକପ୍ରିୟତା ରେ ଶ୍ରୀମୟୀ ଙ୍କୁ ଅତି ସହଜରେ ହରାଇ ଏଥର ବି ସାଂସଦ ଗାଦିରେ ବସିବା ପାଇଁ ଆଶାବାନ୍ଧି ବସିଥିଲେ । ସେପଟେ ଶ୍ରୀମୟୀ ମଧ୍ୟ ବିଜେଡ଼ି ଦଳର ବିପୁଳ ଅର୍ଥ ଓ ଦଳର ସମର୍ଥ ସାଙ୍ଗକୁ ତୃତୀୟ ମହଲା ର ଶକ୍ତି ପାଇ ନିଜକୁ ମନେ ମନେ ସାଂସଦ ପଦ ଜିତିଯାଇଥିବା ଭାବି ତୁଳସୀ ମାଳ ପିନ୍ଧି ପ୍ରଚାର ମଇଦାନକୁ ଓଲ୍ହାଇଛନ୍ତି । କିନ୍ତୁ ସୁର ପ୍ରାର୍ଥୀ ହେବା ଜାଣିବା ପରେ ଦୁଇ ଜଣ ନେତ୍ରୀ ଙ୍କ ଅକଲ ଗୁଡୁମ ସାଙ୍ଗକୁ ମୁହଁ ମଳିନ ପଡିଥିବା ତାଙ୍କ ନେତା କହୁଛନ୍ତି ।

Leave a comment