ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥୀ ପତ୍ରରେ ରହିଛି ତ୍ରୁଟି !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥୀ ପତ୍ରରେ ତ୍ରୁଟି ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନ ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବିଧାୟକ ଶଶୀଭୂଷଣ ବ୍ରହେରାଙ୍କୁ ପରିବର୍ତ୍ତନ କରାଯାଇ ୨୦୦୯ ମସିହାରେ ଜୟଦେବର ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ପୁନର୍ବାର ଏହି ସୁଯୋଗ ଦିଆଯାଇଛି । ଗତକାଲି ଅରବିନ୍ଦ ଢ଼ାଲି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ରରେ କୌଣସି ତ୍ରୁଟି ଥିବା କାରଣରୁ ତାହା ତାଙ୍କୁ ଫେରାଇ ଦିଆଯାଇଥିଲା । ସେ ପୁନର୍ବାର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

Leave a comment