ପିତାମାତା ଏହି ୫ଟି ଟିପ୍ସ ଆପଣାନ୍ତୁ, ଦେଖିବେ ଆପଣଙ୍କ ପିଲା ହେବ ଟାଲେଣ୍ଟେଡ

0

ଵର୍ତ୍ତମାନ ମୋବାଇଲ ଓ ସୋସିଆଲ ମିଡ଼ିଆ ଯୋଗୁଁ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ମୋବାଇଲ ଫୋନ ରେ ବ୍ୟସ୍ତ ରହୁଛନ୍ତି l ଏହାର ଗଭୀର ପ୍ରଭାବ ମସ୍ତିଷ୍କ ଉପରେ ପଢୁଛି l ତେଣୁ ଆମେ ପ୍ରାୟ ସମସ୍ତେ ବିଭିନ୍ନ କଥା ଭୁଲିବାର ଶିକାର ହେଉଚୁ l ଯାହାକୁ ଆମେ ଖୁବ ସାଧାରଣ ଭାବରେ ନେଉଛୁ l ଏପରିକି ଛୋଟ ପିଲାମାନେ ମଧ୍ୟ ଖୁବ ଦ୍ରୁତ ବେଗରେ ପାଠ ଭୁଲିବାର ଶିକାର ହେଉଛନ୍ତି l ତେଣୁ ଏହାକୁ ଆକ୍ଷି ଆଗରେ ରଖି ମନୋବିଜ୍ଞାନୀ ମାନେ କିଛିଟା ଉପାୟ କହିଛନ୍ତି l

– ଏହି ସମସ୍ତ ସ୍ତିତି କୁ ଆକ୍ଷି ଆଗରେ ରଖି ସର୍ବ ପ୍ରଥମେ ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ଠାରୁ ଦୁରେଇ ରୁହନ୍ତୁ l ଏବଂ ଭରପୁର ମାତ୍ରାରେ ଶୋଇବା ଜରୁରୀ l ଯେପରିକି ଦିନକୁ ଅତି କମ ରେ ୮ ଘଣ୍ଟା ନିହାତି ଶୁଆନ୍ତୁ l ତେଣୁ ସର୍ବ ପ୍ରଥମେ ଶୋଇବା ଓ ଉଠିବାର ସମୟ ଠିକ ରଖିବା ଜରୁରୀ l

– ପିଲା ମାନଙ୍କ ଉପରେ ପାଠ ପଢ଼ାର ଚାପ ମଧ୍ୟ ଖୁବ ଅଧିକ ପଡି ଯାଉଛି, ତେଣୁ ନିଜ ପାଇଁ କିଛି ଫ୍ରୀ ଟାଇମ ମଧ୍ୟ ପିଲାମାନେ ବାହାର କରିବା ଆବଶ୍ୟକ l ଏହାଦ୍ୱାରା ବ୍ରେନ ଫ୍ରେସ ରହିବ ଓ ପାଠ ପଢିବାକୁ ଇଛା ହେବ l

– ଆଜିର ପଲ୍ୟୁସନ ଦୁନିଆରେ ମସ୍ତିଷ୍କ ଶାନ୍ତ ଓ ସୁସ୍ଥ ରହିବା ସବୁଠୁ ଜରୁରୀ l ତେଣୁ ପ୍ରତିଦିନ କିଛି ମିନିଟ ପାଇଁ ପିଲା ମାନଙ୍କୁ ମେଡ଼ିଟେସନ ରେ ବସାନ୍ତୁ l ମେଡ଼ିଟେସନ ମନର ବ୍ୟଗ୍ରତା ଦୂର କରିଥାଏ l ଏବଂ ଉଚିତ ନିର୍ଣ୍ଣୟ ନେବାରେ ସାହାଯ୍ୟ କରିଥାଏ l

– ମେଣ୍ଟଲି ଓ ଫିଜିକାଲି ଫିଟ ରହିବା ପାଇଁ ନିଜ ଡାଏଟ ରେ ଭରପୁର ମାତ୍ରାରେ ସତେଜ ପନିପରିବା ଓ ଫଳମୂଳ ସାମିଲ କରନ୍ତୁ l ଯାହାକି ଶାରୀରିକ ଓ ମାନସିକ ସ୍ତରରେ ଶକ୍ତି ଯୋଗାଇବା ରେ ବିଶେଷ ସାହାଯ୍ୟ କରିବ l

– ଛୋଟ ପିଲାଙ୍କ ମସ୍ତିଷ୍କ ର ବିକାଶ ବଢାଇବା ପାଇଁ ସ୍ମୃତି ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ପ୍ୟାକେଜ ଫୁଡ ଓ ପ୍ରୋସେସଡ଼ ଫୁଡ ଠାରୁ ଛୋଟ ପିଲାଙ୍କୁ ଦୁରେଇ ରଖିବା ଜରୁରୀ l ଏଠି ସହିତ ଅଧିକ ତୈଳ ଯୁକ୍ତ ଭୋଜନ ମଧ୍ୟ ଅନେକ ସମୟରେ ନକାରାତ୍ମକ ପ୍ରଭାବ ଶରୀର ଉପରେ ପକାଇଥାଏ ସେଥି ପ୍ରତି ଦୃଷ୍ଟି ଦେବା ମଧ୍ୟ ଆବଶ୍ୟକ l

Leave a comment