ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠିରେ ଉଲ୍ଲେଖ ରହିଛି ।
ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା । ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା । ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି ଏବଂ ଏଥିରେ ସମ୍ବଲପୁରୀ ଗୀତ ମଧ୍ୟ ପରିବେଷିତ ହେବ ବୋଲି ସୂଚନା ମିଳିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଛି।