ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

0

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀ ବାହୀ ଘାଟ ଡ଼ଙ୍ଗା । ଡଙ୍ଗାରେ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଅଛନ୍ତି । ଏହାସହ ୧୦ଟି ବାଇକ ରହିଛି। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିବାବେଳେ ଚିଲିକା ମଝିରେ ଅଟକି ରହିଛି। ସାଢ଼େ ୧୦ଟା ବେଳେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘାଟକୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା ।

Leave a comment