ପରିବାରର ବିନା ଅନୁମତିରେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରିପାରିବେନି ହସ୍ପିଟାଲ

0

ଯଦି ରୋଗୀଙ୍କର ପରିବାର ମନା କରନ୍ତି ତେବେ ହସ୍ପିଟାଲ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ) ରେ ଭର୍ତ୍ତି କରିପାରିବେ ନାହିଁ। ଆଇସିୟୁରେ ଆଡମିଶନ ସହ ଜଡିତ ନୂତନ ନିର୍ଦ୍ଦେଶାବଳୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି। ୨୪ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏହି ନିର୍ଦ୍ଦେଶାବଳୀରେ ପରାମର୍ଶ ଦିଆଯାଇଛି ଯଦି ଟର୍ମିନାଲ ରୋଗୀ କିମ୍ବା ରୋଗ ଆରୋଗ୍ୟ ହୋଇପାରିବ ନାହିଁ କିମ୍ବା ଚିକିତ୍ସା ଉପଲବ୍ଧ ନାହିଁ ଏବଂ ବିଶେଷକରି ରୋଗୀ ବଞ୍ଚିବା କ୍ଷେତ୍ରରେ ବର୍ତ୍ତମାନର ଚିକିତ୍ସା କୌଣସି ପ୍ରଭାବ ପକାଇବ ନାହିଁ, ତେବେ ସେମାନଙ୍କୁ ଆଇସିୟୁରେ ରଖିବା ଅଦରକାରୀ ଯତ୍ନ ଅଟେ।

Leave a comment