ସମୁଦ୍ର ପାଣି ଲୁଣିଆ ହେବାର ଏଭଳି ରହିଛି କାରଣ

ଶିବ ପୁରାଣ ର ରୋଚକ କଥା ଅନୁସାରେ ଏକଦା ମା ପାର୍ବତୀ ମହାଦେବ ଙ୍କୁ ପାଇବା ପାଇଁ କଠୋର ତପସ୍ୟା କରୁଥିଲେ l ତାଙ୍କ ତପସ୍ୟାର ପ୍ରଭାବ ଏତେ ଗମ୍ଭୀର ପ୍ରଭାବ ପକାଇଥିଲା ଯେ ଦେବ ଲୋକ ର ଦେବତା ମାନଙ୍କର ଆସନ ହଳିବାକୁ ଲାଗିଥିଲା l ଏହାଦ୍ୱାରା ଦେବତା ମାନେ ଭୟଭୀତ ହୋଇ ଯାଇଥିଲେ l ଯେତେବେଳେ ସମସ୍ତ ଦେବତା ଏହାର ସମାଧାନ ଖୋଜୁଥିଲେ ସମୁଦ୍ର ଦେବ ମା ପାର୍ବତୀ ଙ୍କ ର ଏହରୂପ ଦେଖି ମୋହିତ ହୋଇଯାଇ ଥିଲେ l
ଯେତେବେଳେ ମାତା ପାର୍ବତୀ ଙ୍କ ତପସ୍ୟା ସମାପ୍ତ ହୋଇ ଯାଇଥିଲା ସେତେବେଳେ ସମୁଦ୍ର ଦେବ ତାଙ୍କୁ ବିବାହ କରିବା ପାଇଁ ଇଛା ରଖିଥିଲେ l ଏହାଶୁଣି ମାତା ପାର୍ବତୀ କହିଥିଲେ ସେ କୈଳାସ ପତି ମହାଦେବ ଙ୍କୁ ନିଜର ସ୍ୱାମୀ ଭାବରେ ଗ୍ରହଣ କରି ସାରିଛନ୍ତି ଓ ତାଙ୍କୁ ହିଁ ବିବାହ କରିବାର ଇଚ୍ଛା ରଖିଛନ୍ତି l
ଏହା ଶୁଣି ସମୁଦ୍ର ଦେବ ଙ୍କୁ କ୍ରୋଧ ଆସିଥିଲା ଓ ସେ କହିଥିଲେ ଯେ ବିଭୁତି ଲଗାଇ ଆଦିବାସୀ ଭଳି ଦେଖା ଯାଉଥିବା ସେହି ମହାଦେବ ଙ୍କ ମଧ୍ୟରେ କଣ ରହିଛି ଯାହା ମୋ ମଧ୍ୟରେ ନାହିଁ l ମୋର ଚରିତ୍ର ଦୁଗ୍ଜ ଭଳି ସଫା l ମୁଁ ସମସ୍ତଙ୍କ ର ତୃଷା ମେଣ୍ଟାଈ ଥାଏ l ହେ ପାର୍ବତୀ ! ମୋର ବିବାହ ପ୍ରସ୍ତାବ ସ୍ୱୀକାର କର l ”
ମାତା ପାର୍ବତୀ ଯେତେବେଳେ ଏଭଲି ମହାଦେବ ଙ୍କ ର ତିରସ୍କାର ହେବା ଶୁଣିଥିଲେ ତାଙ୍କୁ ଖୁବ କ୍ରୋଧ ଆସିଥିଲା ଓ ସେ କହିଥିଲେ ଯେଉଁ ପାଣି ପାଇଁ ତମେ ଏତେ ଅହଂକାର କରୁଚ ତାହା ସମ୍ପୂର୍ଣ ଲୁଣିଆ ହୋଇଯାଉ ଏବଂ ପିଇବା ଯୋଗ୍ୟ ନରହୁ l ତେଣୁ ଏଥିପାଇଁ ସମୁଦ୍ର ର ପାଣି ଲୁଣିଆ l