ଦାମଙ୍କ ତୁଣ୍ଡ ହେବ ସତ, ଲୁଣିପାଣି ରେ ଫୁଟିବନି ପଦ୍ମ

0

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି): ଅନେକ ଥର ଥଟା ମଜାରେ ହେଉ ପଛେ ଦାମୋଦର ରାଉତଙ୍କ ତୁଣ୍ଡରୁ ବାହାରିଥିବା ରାଜନୈତିକ ଭବିଷ୍ୟ ବାଣୀ ସତହୋଇଛି । ସେହିପରି ଏକ ଭବିଷ୍ୟ ବାଣୀ ଦାମ ବାବୁଙ୍କର ସତହେବାକୁ ଯାଉଛି । ବିଗତ ଦିନରେ ବିଜେଡ଼ି ଦଳରେ ଥିବାବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଘମାଘୋଟ ବିଜେପିକୁ ଟାର୍ଗେଟ କରି କହିଥିଲେ ଲୁଣିପାଣି ରେ ଫୁଟିବନି ପଦ୍ମ । ତାହା ଏବେ ସତ ହେବାକୁ ଯାଉଛି । ଯେଉଁ ପାରାଦୀପ ଆସନ ଉପରେ ସମସ୍ତଙ୍କ ନଜର ଥିଲା ଆଜି ସବୁ ସସପେନ୍ସ ଉପରୁ ପରଦା ଉଠିଛି । ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ମିଳିଛି ବିଜେଡ଼ି ଟିକେଟ । ବର୍ତ୍ତମାନ ସବୁଠାରୁ ବଡ଼ ଦ୍ଵନ୍ଦରେ ରହିବେ ଦାମ । ନୂଆକରି ଯୋଗଦେଇଥିବା ବିଜେପି ପ୍ରାର୍ଥୀଙ୍କୁ ନା ପୁଅକୁ ସାହାଯ୍ୟ କରିବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି । ଦାମ ବିଜେଡି ଛାଡିବା ପରେ ଏକ ସାକ୍ଷାତକାରରେ ସମ୍ବିତ କହିଥିଲେ ବାପା ମୋର ରାଜନୈତିକ କ୍ୟାରିଅର ରେ କୌଣସି କ୍ଷତି କରିବେନାହିଁ ବୋଲି ମୁଁ ଆଶା ରଖିଛି ।

ସୂଚନା ଅନୁଯାୟୀ, ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ ହେବ ଦାମ ବାବୁଙ୍କ ବିଜେଡି ସଙ୍ଗଠନ ପାରାଦୀପରେ ରହିଛି ଯାହାସହ ସମ୍ବିତ ମଧ୍ୟ ଜଡିତ ଥିଲେ । ପାରାଦୀପର ବିଜେଡି ସଙ୍ଗଠନ ସମ୍ବିତଙ୍କୁ ସହଯୋଗକରି ବିଜେଡିକୁ ଅଧିକ ମଜଭୁତ କରିବ ଏଥିରେ ଦ୍ବିମତ ନାହିଁ । ତେଣୁ ଦାମ ବାବୁ କହିଥିବା କଥା ସତ ହେବାକୁ ଯାଉଛି, ପାରାଦୀପର ଲୁଣି ପାଣିରେ ପଦ୍ମ ଫୁଟିବା ବଦଳରେ ଶଙ୍ଖନାଦ ଶୁଭିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

Leave a comment