ଆଚରଣବିଧି ଉଲ୍ଲଂଘନ, ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ପରେ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍ କରିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସମ୍ବିତ ସମର୍ଥକଙ୍କ ସହ ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ । ମାତ୍ର ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ନେଇ ଥିବାରୁ ତାଙ୍କୁ ନୋଟିସ୍ ଜାରି ହୋଇଛି । ଏଥିସହ ସେ ଜଗନ୍ନାଥଙ୍କ ବିଗ୍ରହକୁ ହାତରେ ଧରି ନିର୍ବାଚନ ରାଲି କରିଥିଲେ ।

ସୂଚନାଯୋଗ୍ୟ, ସମ୍ବିତ ପାତ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଥିଲା । ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମ୍ବିତଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

Leave a comment