କାର୍ତ୍ତିକ ପୂର୍ଣ୍ଣିମା’ରେ ଧବଳେଶ୍ୱର ପୀଠରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ବାବା ଧବଳେଶ୍ୱର ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘କାର୍ତ୍ତିକ ପୂର୍ଣ୍ଣିମା’ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ନିଦର୍ଶନ । ଆଜିର ଏହି ଶୁଭ ଦିନରେ ବାବା ଧବଳେଶ୍ୱର ମନ୍ଦିରରେ ପ୍ରଥମ ଥର ପାଇଁ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ବାବା ଧବଳେଶ୍ୱର ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଆମ ଦେଶ ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା ଉପରେ ବାବାଙ୍କର ଆଶୀର୍ବାଦ ସର୍ବଦା ରହିଥାଉ । ଶ୍ରୀ ପ୍ରଧାନ ପ୍ରଭୁଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।