ବାଦାମପାହାଡ଼ ଷ୍ଟେସନରୁ ରେଳ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଟ୍ରେନରେ ଗଲେ ରାଇରଙ୍ଗପୁର

0

ମହାମହିମଙ୍କ ଜନ୍ମମାଟି ଗସ୍ତର ଦ୍ବିତୀୟ ଦିନ । ବାଦାମପାହାଡ଼ ରେଳ ଷ୍ଟେସନରେ ନୂତନ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନ୍ , ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ପରେ ବାଦାମପାହାଡରୁ ଟ୍ରେନ୍ ଯୋଗେ ୩୨ କିଲୋମିଟର ରାଇରଙ୍ଗପୁର ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ବାଦାମପାହାଡ଼ ରେଳଷ୍ଟେସନ ପୁନର୍ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୟୂରଭଞ୍ଜ ଗସ୍ତ ସାରି ଅପରାହ୍ନରେ ସମ୍ବଲପୁର ଅଭିମୁଖେ ଯିବେ ମହାମହିମ ।

Leave a comment