ନିର୍ମାଣାଧୀନ ଷ୍ଟାଡିୟମ୍‌ର ଛାତ ଭୁୁଶୁଡ଼ି ୩ ମୃତ, ୧୦ ଆହତ

0

ତେଲେଙ୍ଗାନାରେ ଏକ ନିର୍ମାଣାଧୀନ ଷ୍ଟାଡିୟମ୍‌ର ଛାତ ଭୁୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ରଙ୍ଗାରେଡ୍ଡୀ ଜିଲ୍ଲାର ମୋଇନାବାଦ ଗାଁରେ ଏକ ଇନ୍‌ଡୋର ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାର ଛାତଟି ହଠାତ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି।

ଦୁର୍ଘଟଣାସ୍ଥଳରୁ ଏକ ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଖନନ ଟିମ୍‌ ଷ୍ଟାଡିୟମ୍‌ର ଭଗ୍ନାବଶେଷ ସଫା କରୁଥିବାର ଦେଖାଯାଉଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜେନ୍ଦ୍ର ନଗର ଡିସିପି ଜଗଦେଶ୍ୱର ରେଡ୍ଡୀଙ୍କ ସୂଚନା ମୁତାବକ, ନିର୍ମାଣାଧୀନ ଘରୋଇ ଇନ୍‌ଡୋର ଷ୍ଟାଡିୟମ୍‌ର ଛାତ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେପଟେ ଭଗ୍ନାବଶେଷ ତଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରେସ୍‌କ୍ୟୁ ଟିମ୍‌ ବାକି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Leave a comment