ଅପରାଜିତାଙ୍କୁ ହରାଇପାରିବେ ଜଣେ..ଦେଖନ୍ତୁ ଭିଡ଼ିଓ

0

ଅପରାଜିତାଙ୍କୁ ହରାଇପାରିବେ ଜଣେ….

ଏଥର ବିଜେଡ଼ି ଖେଳିବ ଏହି କାର୍ଡ, ବିଜେଡ଼ିର ଏହି କୌଶଳ ଅପରାଜିତଙ୍କ ପାଇଁ ହେବ କାଳ, ହାତରୁ ଖସିଯିବ 2ଲକ୍ଷ ଭୋଟ

ଚୁଟକିରେ ହାରିଯିବେ ଅପରାଜିତା ଯଦି ଏକ ସରଳ ଅଥଚ ବହୁ ପରୀକ୍ଷିତ କୌଶଳ BJD ଆପଣାଏ…
ଅପରାଜିତା ଷଡ଼ଙ୍ଗୀ ଏବେ BJD ର ବଡ଼ ଶତ୍ରୁ। ଅଥଚ ଆଶ୍ଚର୍ଯ୍ୟର ବିଷୟ ଅପରାଜିତା ଙ୍କୁ ହରାଇବା ପାଇଁ BJD ଫ୍ୟାସ୍ ନେବୁଲ କୌଶଳ ଆପଣେଇଛି। BJD ର କୌଶଳ ଅପରାଜିତାଙ୍କୁ ସୁହାଇଛି ଓ ସେ ବଣ ଲଟା ପରି ମାଡି ଚାଲିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭୁବନେଶ୍ୱର ଲୋକସଭା ଆସନରେ କେବଳ ପାଇକ କାର୍ଡ ଚଳେ । ଖୋର୍ଦ୍ଧା ମାଟି ଚିପୁଡିଲେ ପାଇକର ରକ୍ତ ଝରି ପଡେ। ସେଇ ପାଇକ ଅସ୍ମିତା ନେଇ ଭୁବନେଶ୍ୱର ସାଂସଦ କ୍ଷେତ୍ରରେ ଲଢେଇ ହୁଏ । ଖୋର୍ଦ୍ଧା, ଜଟଣୀ, ବେଗୁନିଆର ପାଇକ ଭୋଟ ଯୋଗୁଁ ପାଖାପାଖି 2 ଲକ୍ଷ ଭୋଟରେ ପ୍ରସନ୍ନ ପାଟ୍ଟଶାଣୀ ଜିତି ଆସୁଥିଲେ। ଗତ ଥର BJD ପାଇକ CANDIDATE ନଦେବାରୁ ଚତୁର ଅପରାଜିତା ସେ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ଦର୍ଶାଇ ପାଇକ ଭୋଟ ନେଇ ଯାଇଥିଲେ। ଆପଣ ଭାବନ୍ତୁ ନାହିଁ ଯେ BJD ଏକଥା ବୁଝି ନାହିଁ ବୋଲି। ପାଇକ ସ୍ମାରକୀ ପାଇଁ 30 ଏକର ଜାଗା ଦେଇ BJD ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ରେ ଜବରଦସ୍ତ ପାଇକ CARD ଖେଳିଛି।

Leave a comment