ଏହି ୩ ପ୍ରକାରର ଲୋକଙ୍କ ପ୍ରତି ରୁହନ୍ତୁ ସାବଧାନ, ନହେଲେ ଜୀବନରେ ଅସୁବିଧାର ସମ୍ମୁଖୀନ ହେବେ

0

ଜୀବନରେ ଆପଣ ଯେତେ ଆଗକୁ ଯାଆନ୍ତୁ ନା କାହିଁକି ନୀତିଶାସ୍ତ୍ର ଏବଂ କୂଟନୀତିଜ୍ଞ ଚାଣକ୍ୟଙ୍କ ବାଣୀ ମାନି ଆଗକୁ ବଢ଼ିବା ଉଚିତ୍‌। ୩ ପ୍ରକାର ଲୋକଙ୍କ ପ୍ରତି ସାବଧାନ ରହିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ନଚେତ୍‌ ଜୀବନରେ ଅନେକ ପସ୍ତାଇବେ ବୋଲି ଚାଣକ୍ୟ ତାଙ୍କ ନୀତିବାଣୀରେ…

କ୍ରୋଧି ବ୍ୟକ୍ତି:

ଯେଉଁ ବ୍ୟକ୍ତି ସବୁ ସମୟରେ କ୍ରୋଧ କରିଥାନ୍ତି। ଛୋଟଛୋଟ କଥାରେ ରାଗିଥାନ୍ତି। ନିଜ ପାଇଁ ଅନ୍ୟମାନଙ୍କୁ ଅସୁବିଧାରେ ପକାନ୍ତି। ନିଜକୁ ଠିକ୍‌ ବୋଲି କହି ଅନ୍ୟର ଦୋଷ ଦୁର୍ବଳତାକୁ ଧରନ୍ତି। ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। କାରଣ ଏପରି ବ୍ୟକ୍ତିବିଶେଷଙ୍କ ପ୍ରତି ଭରସା କରିବା ଆଦୌ ଠିକ୍‌ ନୁହେଁ।

ସ୍ବାର୍ଥପର ଲୋକ:

ସ୍ବାର୍ଥପର ଲୋକ ସବୁବେଳେ ନିଜର ସୁବିଧା ଦେଖିଥାନ୍ତି। ଆପଣ ଯେତେବେଳେ ଅସୁବିଧାରେ ପଡ଼ନ୍ତି ସେତେବେଳେ ସେ ଆହୁରି ଅସୁବିଧା ଆଣି ସାମ୍ନାରେ ଠିଆ କରିଦିଅନ୍ତି। ଏପରି ଲୋକ କୌଣସି ଜରୁରୀ କାର୍ଯ୍ୟରେ କାମରେ ଆସିବେ ନାହିଁ। ତେଣୁ ଏମିତି ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି।

ମିଛୁଆ ଲୋକ:

ଯେଉଁ ଲୋକ କଥା କଥାକେ ମିଛ କୁହନ୍ତି। ନିଜ କାମ କରିବା ପାଇଁ ମିଛ କହିବାକୁ ଟିକେ ବି ପଛାନ୍ତି ନାହିଁ। ଏହି ଲୋକ ଯେତେବେଳେ ହେଉନା କାହିଁକି ଆପଣଙ୍କୁ ଧୋକା ଦେଇପାରନ୍ତି। ଏପରି ଲୋକଙ୍କ ପ୍ରତି ଭରସା ନ ରଖି ନିଜକୁ ଦୂରେଇ ରଖନ୍ତୁ ବୋଲି ମହାନ ବିଦ୍ୱାନ ଚାଣକ୍ୟ ତାଙ୍କ ନୀତିବାଣୀରେ ଉଲ୍ଲେଖ କରିଛନ୍ତି।

Leave a comment