ଏଥିପାଇଁ ପଣ୍ଡିଆନ ଙ୍କ ପ୍ରଶଂସା କରିଥିଲେ ବସନ୍ତ, ଦେଖନ୍ତୁ ଭିଡ଼ିଓ

0

ପାଣ୍ଡିଆନ ଙ୍କ ଆଶୀର୍ବାଦ ବିନା ସାଂସଦ କି ବିଧାୟକ ଟିଏ ହେବା ମୁସ୍କିଲ । ଶାସକ ଦଳର ନେତା ପାଣ୍ଡିଆନ ଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।ଏବେ ବିରୋଧୀ ଦଳର ନେତା ବି ପାଣ୍ଡିଆନଙ୍କୁ ପ୍ରଶଂସା ରେ ପୋତିଦେଉଛନ୍ତି । ତେଣୁ ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଦଳ ସମସ୍ତେ ପାଣ୍ଡିଆନ ପ୍ରଶଂସାରେ ସତମୁଖା ।


ପାଣ୍ଡିଆନ ଙ୍କୁ ବିରୋଧୀ ପ୍ରଶଂସା କରୁଥିବା ଶୁଣିଲେ ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ ହେଲେ ଏବେ ଏହା ବାସ୍ତବ ।

ଏଭଳି କିଛି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଶାସକ ଦଳ ସାଂସଦ, ବିଧାୟକ ମାନେ ପାଣ୍ଡିଆନ ଙ୍କୁ ଖୁସି କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିସାରିଲେଣି । କାହିଁକି ନା ସେମାନେ ଭଲ ଭାବରେ ଜାଣିଛନ୍ତି ପାଣ୍ଡିଆନଙ୍କ ନିର୍ଦ୍ଦେଶ ବିନା ଦଳ ହେଉକି ଦଳ ବାହାରେ ହେଉ ପତ୍ର ଟିଏ ବି ହଲିବନି । ଟିକେଟ ପାଇବା ତ ଦୂରର କଥା । ତେଣୁ ସମସ୍ତେ ପାରୁ ପର୍ଯ୍ୟନ୍ତ ନିଜ ନିଜ ସ୍ୱାଭିମାନ ର ଜଳାଞ୍ଜଳି ଦେଇ କ୍ଷମତା ଲୋଭରେ ହାଁ ଜି ହାଁ ଜି କରୁଛନ୍ତି । ଏହା ବିଜେଡ଼ି ଦଳ ଭିତରୀ କଥା । ସବୁଠାରୁ ବଡ଼ କଥା ହେଲା ବିରୋଧୀ ବି ଏବେ ଚାରିଆଡ଼େ ଓ ସଭା ମଞ୍ଚରେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିପକାଉଛନ୍ତି ।

Leave a comment