ଆପଣଙ୍କ ପିଲା ଅଧିକ ଚକୋଲେଟ ଖାଉଛି କି ? ହୋଇଯାନ୍ତୁ ସାବଧାନ ନହେଲେ ଏହି ଗମ୍ଭୀର ରୋଗରେ ହୋଇପାରନ୍ତି ଶିକାର
ନିକଟରେ ଚକୋଲେଟ କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ରେ ୪୮ ଟି ଚକୋଲେଟ ଉତ୍ପାଦନ କୁ ନେଇ ଯାଞ୍ଚ ହୋଇଥିଲା l ଯେଉଁଥିରେ ୧୬ ଟି ଚକୋଲେଟ ରେ ଲେଡ ଓ କ୍ୟାଡି ମିୟମ ଭଳି ହାନିକାରକ ରସାୟନ ରହିଛି l ଯାହାକି ଶରୀର ପାଇଁ କ୍ଷତିକାରକ l
-ଯେଉଁ ପିଲାମାନେ ଅଧିକ ଚକୋଲେଟ ଖାଇ ଥାଆନ୍ତି ସେମାନଙ୍କ ଶରୀର ରେ ଲେଡ ର ମାତ୍ରା ବଢି ଯାଇଥାଏ , ଯେଉଁ କାରଣରୁ ପିଲା ମାନଙ୍କର ମସ୍ତିଷ୍କ ର ବିକାଶ ଠିକ ଭାବେ ହୋଇ ନଥାଏ l ଲେଡ ପ୍ରଭାବରୁ ପିଲାମାନେ ମାନସିକ ଭାବରେ ରୋଗ ଗ୍ରସ୍ତ ହୋଇ ପାରନ୍ତି l ଚକୋଲେଟ ରେ ଯଦି ଅଧିକ ମାତ୍ରାରେ ଲେଡ ଓ କେଡ଼ମିୟମ ରହିଥାଏ ତେଣୁ ଛୋଟ ପିଲା ମାନଙ୍କ ନିକଟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି l
-ଗର୍ଭାବସ୍ଥା ରେ ମହିଳା ମାନେ ଚକୋଲେଟ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଚକଲେଟ ରେ ଥିବା ସୀସା ଓ କେଡ଼ ମିୟମ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ l ଏହା ଶିଶୁ ର ଶାରୀରିକ ଓ ମାନସିକ ବିକାଶ ଉପରେ ଖରାପ ପ୍ରଭବ ପକାଇଥାଏ l
-ଦୀର୍ଘ ସମୟ ପର୍ଯ୍ୟନ୍ତ ଲେଡ ଓ କେଡ଼ ମିୟମ ସେବନ କରିବା ଦ୍ୱାରା କଡ଼ନୀ ମଧ୍ୟ ପ୍ରଭାବିତ ହୋଇଥାଏ l ଏବଂ ଏଥିପାଇଁ ଅତ୍ୟଧିଜ ଚକଲେଟ ସେବନ ଶରୀର ପକ୍ଷରେ ଠିକ ନୁହେଁ l
-ଦୀର୍ଘ ସମୟ ପର୍ଯ୍ୟନ୍ତ କେଡ଼ମିୟମ୍ ସେବନ ଦ୍ୱାରା ହାଡ଼ , ଲିଭର, ଫୁସଫୁସ ମଧ୍ୟ ପ୍ରଭାବିତ ହୋଇଥାଏ l ଫୁସଫୁସ ପ୍ରଭାବିତ ହେଲେ କାଶ ଓ କଫ ସମସ୍ୟା ଲାଗି ରହଥାଏ l ଲିଭର ସମସ୍ୟା ଦେଖା ଦେଲେ ଝାଡା ବାନ୍ତି ସମସ୍ୟା ଲାଗି ରହିଥାଏ l ତେଣୁ ସେଥି ପ୍ରତି ଧ୍ୟାନ ଦେବା ଜରୁରୀ l ତେଣୁ ପିଲା ମାନଙ୍କୁ ଚକଲେଟ ଖାଇବାରୁ ଦୂରେଇ ରଖିବା ଆବଶ୍ୟକ l