ଫଟୋ ଖୋଲିଦେଲା ଗୁମର, ଦେଖନ୍ତୁ ଭିଡ଼ିଓ

0

ମାସକ ପୂର୍ବରୁ ହୋଇଥିଲା ଯୋଜନା, ଫଟୋ ଖୋଲିଦେଲା ଗୁମର

ପ୍ରଦୀପ କରିବେ ଗଞ୍ଜାମ ରେ ଖେଳ, ବିଜେପିର ହେବ ମହା ମେଳ

ବଢିବ ବିଜେପି ର ବଳ ।

ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମୟରେ ସମସ୍ତ ଙ୍କ ଆଖି ଏକ ସ୍ଥାନରେ ଅଟକି ରହିଥିଲା । ତାହା ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପାଖରେ ବସିଥିବା ବିଜେଡି ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଉଭୟ ପ୍ରଥମ ଧାଡିରେ ନିକଟରେ ବସିଥିଲେ । ଏହି ଫଟୋ ଖୋଲିଦେଲା ଗୁମର ।ଯେଉଁଥିରୁ ଉଭୟଙ୍କ ସମ୍ପର୍କ ବାରି ହୋଇ ପଡୁଥିଲା । ଚାପିହୋଇ ରହିଥିବା ଆକଳନ ପୁନର୍ବାର ଆରମ୍ଭ ହେଲାଣି । ଖୁବଶୀଘ୍ର ଗଞ୍ଜାମ ରାଜନୀତି ରେ ଦେଖିବାକୁ ମିଳିବ ହଟଚମଟ । ବଦଳିବ ସମିକରଣ । ଏହି ମାସରେ ହେବ ମହା ମିଳନ । ବିଜେପି ରେ ଯୋଗ ଦେବେ ଅନେକ ପ୍ରଭାବଶାଳୀ ନେତା ଓ ବିଧାୟକ । ଯାହାର ମୁଖ୍ୟ ଲକ୍ଷ୍ୟ ରହିବ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ ବିଜେଡି କୁ ଦୁର୍ବଳ କରିବା ବୋଲି ଶୁଣିବାକୁ ମିଳୁଛି । କେନ୍ଦ୍ର ନେତାଙ୍କ ଓଡ଼ିଶା ଗସ୍ତ ସମୟରେ ଓଡ଼ିଶା ରାଜନୀତିରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।

Leave a comment