ନଭେମ୍ବର ୨୭ରୁ ଐତିହାସିକ ବାଲିଯାତ୍ରା: ୧୧ରୁ ପ୍ଲଟ ବୁକିଂ ପ୍ରକ୍ରିୟା ଆରମ୍ଭ

ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ । ଏନେଇ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା ।
ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପୃଷ୍ଠପୋଷକ ମାନଙ୍କ ପାଇଁ ୩୦ ଅକ୍ଟୋବର ରୁ ୩ ନଭେମ୍ବର ପଞ୍ଜିକରଣ ହେବ।
ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଲିଯାତ୍ରା ପାଇଁ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ କହିଥିଲେ।