ପୂଜା ସମୟରେ ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ଦେଖନ୍ତୁ ଭିଡ଼ିଓ

ପାର୍ବଣରେ ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ
ପୂଜାରେ ବୁଲିବାକୁ ଯାଉଛନ୍ତି କି ହୋଇଯାଆନ୍ତୁ ସାବଧାନ
ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତିଫି, ଫିଲ୍ମ ଷ୍ଟାଇଲରେ ହେଉଛି ଅପହରଣ
ପଟି ବାନ୍ଧି ଟେକି ନେଉଛନ୍ତି,ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ
ଆତଙ୍କ ରେ ରାଜଧାନୀ ବାସୀ । କମିଶନରେଟ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ
ପୂଜାରେ ରାଜଧାନୀ ବୁଲିବାକୁ ଯାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ କେତେବେଳେ ଅପହରଣ ହୋଇଯିବେ ନହେଲେ ହଣା ଖାଇବେ କିମ୍ବା ଲୁଟର ଶିକାର ହେବେ । ଘର ତାଲା ପକାଇ ବାହାରକୁ ଗଲେ ଘରେ ବୁଲିଯିବ କଳାକନା ।
କେତେ ସୁରକ୍ଷିତ ରାଜଧାନୀ ତାହା ଗତ ଦୁଇ ତିନିଦିନ ମଧ୍ୟରେ ଜଳଜଳ ହୋଇ ଦେଖାଯାଉଛି । କମିଶନରେଟ ପୋଲିସ କୁ ଦୁର୍ବୃତ୍ତ ଦେଇଛନ୍ତି ଖୋଲା ଖୋଲି ଚ୍ୟାଲେଞ୍ଜ । ପାର୍ବଣ ପାଇଁ ଗଳି କନ୍ଦି ରେ ପଇଁତରା ମାରୁଥିବା ପୋଲିସ ର ପାରିବାପଣିଆ ଉପରେ ଉଠୁଛି ପ୍ରଶ୍ନ ।