କାହିଁକି ରାବଣ ନିଜ ପ୍ରିୟ ଭୋଳା ଶଙ୍କରଙ୍କ ଅବତାର ହନୁମାନଙ୍କୁ ସାମ୍ନାରେ ଦେଖି ମଧ୍ୟ ଚିହ୍ନି ପାରିନଥିଲେ ?
ଲଙ୍କାପତି ରାବଣ ନିଜ ତପସ୍ୟା ବଳରେ ବହୁ ସିଧ୍ୟ ହାସଲ କରିଥିଲେ । ନିଜ ସାଧନାକୁ ସଫଳ କରିବା ପାଇଁ ମଧ୍ୟ ସେ ମୁଣ୍ଡ କାଟି ନିଆଁରେ ଉତ୍ସର୍ଗ କରିଥିଲେ ।
ତେବେ ଏଥିରେ ପ୍ରସନ୍ନ ବ୍ରହ୍ମା ତାଙ୍କୁ ବର ପ୍ରଦାନ କରିଥିଲେ । ଏହି ବର ଅନୁସାରେ ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ। ଏଭଳି ବର ପାଇବା ପରେ ସେ କୁକର୍ମରେ ଲିପ୍ତ ରହିଲେ, ଏଭଳି କି ମାତା ସୀତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ନିଜର କରିବା ପାଇଁ ଛଳନା କରି ଲଙ୍କାକୁ ନେଇଆସିଥିଲେ ।
ଯାହାର ଫଳ ସ୍ୱରୂପ ତାଙ୍କୁ ମହାପ୍ରଭୁ ରାମଙ୍କ କ୍ରୋଧର ଶିକାର ହେବାକୁ ପଡିଥିଲା, ପରିଶେଷରେ ପୁରୁଷୋତ୍ତମ ରାମ ତାଙ୍କୁ ବଧ କରିବା ସହ ଲଙ୍କାପୁରି ଧ୍ୱଂସ ହୋଇଥିଲା । ବ୍ରାହ୍ମଣ ପରିବାରରେ ଜନ୍ମ ହେବା ପରେ ମଧ୍ୟ ରାବଣ ରାକ୍ଷସ ଆଚରଣରେ ବୁଡ଼ି ଯାଇଥିଲେ । ଅହଂକାର ତାଙ୍କୁ ଏତେ ପରିମାଣରେ ପ୍ରାଧାନ୍ୟ ଦେଇଥିଲା ଯେ ତାଙ୍କ ପ୍ରିୟ ଭୋଳା ଶଙ୍କରଙ୍କ ଅବତାର ହନୁମାନଙ୍କୁ ମଧ୍ୟ ଚିହ୍ନି ପାରିନଥିଲେ ।