କାହିଁକି ଦଶହରାରେ ରାବଣର କୁଶପୁତଳା ଦାହ କରାଯାଏ ?

0

ପ୍ରତିବର୍ଷ ପାଳନ ହୁଏ ବିଜୟାଦଶମୀ ଅର୍ଥାତ୍ ଦଶହରା। ଏହାକୁ ଚାରିଆଡେ ଖୁବ ଧୂମଧାମରେ ପାଳନ କରାଯାଏ । କୁହାଯାଏ ଅନ୍ୟାୟର ପ୍ରତୀକ ଲଙ୍କାପତି ରାବଣର ପ୍ରତିମୂର୍ତ୍ତିକୁ ନିଆଁରେ ଦହନ କରି ନ୍ୟାୟର ବିଜୟକୁ ଆମେ ଦଶହରା ଭାବେ ପାଳନ କରିଥାଉ । ତେବେ ପୁରୁଷୋତ୍ତମ ରାମଚନ୍ଦ୍ର ଏହିଦିନ ଲଙ୍କାପତି ରାବଣକୁ ମଧ୍ୟ ବଧ କରିଥିଲେ, ଯାହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଏହିଦିନ ରାବଣର କୁଶପୁତଳାକୁ ଦାହ କରାଯାଏ ।

ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ମାନସ ପୁତ୍ର ଋଷି ପୁଲସ୍ତ୍ୟଙ୍କ ପରିବାରରେ ବ୍ରାହ୍ମଣ କୁଳରେ ଜନ୍ମ ନେବା ପରେ ମଧ୍ୟ ରାବଣ ରାକ୍ଷସ ହୋଇଯାଇଥିଲା ।

Leave a comment