ଏହି ୫ଟି ଗୁଣ ଥିବା ବ୍ୟକ୍ତି ନିକଟରେ ସର୍ବଦା ମା’ ଲକ୍ଷ୍ମୀଙ୍କ ବାସ, କେବେ ବି ସେମାନଙ୍କଠାରେ ଦେଖାଯାଏନି ଧନର ଅଭାବ
ଆଚାର୍ଯ୍ୟ ଚାଣକ୍ୟଙ୍କ ଗଣତି ବିଶ୍ୱର ସର୍ବଶ୍ରେଷ୍ଠ ବିଦ୍ୱାନ ମାନଙ୍କ ମଧ୍ୟରେ ହୋଇଥାଏ l ସେ ନିଜ ନୀତିଶାସ୍ତ୍ରରେ ଜୀବନ କୁ ସୁନ୍ଦର କରିବାର ତଥ୍ୟ ଦେଇଛନ୍ତି l ଚାଣକ୍ୟ ନିଜ ନୀତିଶାସ୍ତ୍ର ଆମକୁ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଗଢି ତିଆରି କରିବା ବିଷୟରେ ଶିକ୍ଷା ଦେଇଛନ୍ତି l ଆଜିର ଚାଣକ୍ୟ ନୀତି ଏଭଳି ୫ଟି କଥା କୁହାଯାଇଛି ଯାହା ଆପଣଙ୍କୁ ଜୀବନ ରେ କଦାପି ଦରିଦ୍ର ହେବାକୁ ଦେବନାହିଁ l
ସଚୋଟ –
ପ୍ରତ୍ୟେକ ବ୍ୟକ୍ତି ନିଜ କର୍ତବ୍ୟକୁ ନେଇ ସଚୋଟ ହେବା ଜରୁରୀ l ସଚୋଟ ଲୋକଙ୍କ ଉପରେ ସର୍ବଦା ମାଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିଥାଏ l ଏମାନଙ୍କ ପେଟ କଦାପି ଅପୋଷl ରହିନଥାଏ l ଯିଏ କୁଟିଳ ବୁଦ୍ଧି କିମ୍ବା ଭୁଲ ବାଟରେ ପଇସା ରୋଜଗାର କରିଥାଏ ତାହା ଦୀର୍ଘସ୍ଥାୟୀ ହୋଇ ରହିନଥାଏ l
* ଦାୟିତ୍ୱବାନ –
ଯେଉଁ ବ୍ୟକ୍ତିମାନେ ନିଜର ସମସ୍ତ ଦାୟିତ୍ୱକୁ ତୁଲାଇବାରେ ସକ୍ଷମ ହୋଇ ଥାଆନ୍ତି ସେମାନଙ୍କ ଉପରେ ସମସ୍ତେ ପ୍ରସନ୍ନ ରହି ଥାଆନ୍ତି l ଏହି ବ୍ୟକ୍ତି ମାନଙ୍କ ଉପରେ ଧନର ଦେବତା କୁବେରଙ୍କ କୃପା ଦୃଷ୍ଟି ରହିଥାଏ l ତେଣୁ ଏହି ବ୍ୟକ୍ତି ମାନଙ୍କର ଅଭାବ ହୋଇନଥାଏ l
* ସୁକର୍ମ –
ମଣିଷକୁ ସର୍ବଦା ସୁକର୍ମ ଅର୍ଥାତ ଭଲ କର୍ମ କରିବା ଉଚିତ l ଦୁଖୀ ପ୍ରତି ଦୟା ଭାବ, ଗୁରୁଜନଙ୍କ ସମ୍ମାନ, ସାନ ମାନଙ୍କ ଆଦର, ରୋଗୀର ସେବା, ଭୋକିଲା କୁ ଦାନା ଦେଉଥିବା କାର୍ଯ୍ୟକୁ ସୁକର୍ମ କୁହାଯାଇଥଏ l ଏହି ବ୍ୟକ୍ତିଙ୍କର କୌଣସି ଅଭାବ ରହିନଥାଏ l
* ବାଣୀ -ବ୍ୟବହାର –
କୋମଳ ବ୍ୟବହାର ଓ ମିଠା କଥା କହୁଥିବା ବ୍ୟକ୍ତିକୁ ସମସ୍ତେ ପସନ୍ଦ କରନ୍ତି l ଏହି ବ୍ୟକ୍ତିଙ୍କ କଣ୍ଠ ରେ ମାସରସ୍ୱତୀ ରହି ଥାଆନ୍ତି l ଏହି ବ୍ୟକ୍ତି ଙ୍କ ଉପରେ ସମସ୍ତଙ୍କ ଆଶୀର୍ବାଦ ରହିଥାଏ l ତେଣୁ ଏଭଳି ବ୍ୟକ୍ତି କୌଣସି ଅସୁବିଧାର ସମୁଖୀନ ହୁଅନ୍ତି ନାହିଁ l
* ଏକାଗ୍ରତା –
ମଣିଷ ନିଜ ଲକ୍ଷ ପ୍ରତି ଏକାଗ୍ରତା ନିହାତି ରଖିବା ଜରୁରୀ l ନିଜର ଏକାଗ୍ରତା କଦାପି ହରାଇବା ଉଚିତ ନୁହେଁ l ଏଭଳି ଲୋକ ନିଜ ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରନ୍ତି ଓ ଏମାନଙ୍କର ଧନ ର ଅଭାବ କଦାପିହୁଏନାହିଁ l