ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ମାନବିକତା, ୨ ଉଲଗ୍ନ ମହିଳାଙ୍କୁ ଦେଖି ନିଜ ଉତ୍ତରୀୟ ପିନ୍ଧାଇ ଦେଲେ ସୁରକ୍ଷା

0

ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ମାନବିକତା। ସୁନ୍ଦରଗଡରେ ଚାଲି ଚାଲି ଯାଉଥିବା ଦୁଇ ଉଲଗ୍ନ ମହିଳାଙ୍କୁ ଦେଖିବାପରେ ମାନବିକତା ଦେଖାଇଲେ ବିଧାୟିକା କୁସୁମ ଟେଟେ। ବିଧାୟିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଇବ ନଦୀ ବ୍ରିଜ ପାଖରେ ୨ ମହିଳା ଉଲଗ୍ନ ହୋଇ ଯାଉଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଅଙ୍ଗେ ସଙ୍ଗେ କାର ରଖି ସେ ଉଭୟ ମହିଳାଙ୍କୁ ଦେହରେ ନିଜେ ପକାଇଥିବା ଉତ୍ତରୀୟକୁ ଘୋଡାଇ ଦେଇଥିଲେ।

ସହର ଭିତରେ ଦୁଇ ଜଣ ମହିଳା ଏପରି ଭାବରେ ଉଲଗ୍ନ ହୋଇ ବୁଲୁଥିବା ଦେଖି କେହି ଜଣେ ମଧ୍ୟ ପୋଲିସ କିମ୍ଵା କାହାକୁ ଫୋନ ନକରିବା ଅତି ଲଜ୍ୟାର କଥା ବୋଲି ବିଧାୟିକା କହିଛନ୍ତି। ଦୁଇ ମହିଳାଙ୍କୁ ଆସ୍ଥା ଗୃହରେ ରଖାଯାଇଛି। ଏହି ଦୁଇ ମହିଳା ସାନସିକ ରୋଗରେ ଆକ୍ରାନ୍ତ ଥିବା ଜଣାପଡୁଛି ।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲି ଚାଲି ଯାଉଥିଲେ। ଉଭୟ ମହିଳା ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ହୋଇ ରାସ୍ତାରେ ଚାଲିଚାଲି ଯାଉଥିଲେ। ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଏହି ଦୁଇ ମହିଳାଙ୍କର ଉଲଗ୍ନ ରୂପ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁନଥିଲେ।

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ତାଙ୍କର ଆଖି ଦୁଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା। ନିଜ କାର୍‌କୁ ରଖିବାକୁ ଡ୍ରାଇଭରକୁ କହିଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ଭିରକୁ ବାହାରି ଆସି ଉଲଗ୍ନି ଦୁଇ ମହିଳାଙ୍କୁ ପହଞ୍ଚି ଥିଲେ। ଏହାସହ ବିଧାୟିକା କାର୍‌ରେ ଥିବା ଉତ୍ତରୀୟ ଆଣି ଦୁଇ ମହିଳାଙ୍କୁ ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ସାଙ୍ଗରେ ଥିବା କର୍ମୀମାନେ ମଧ୍ୟ ବିଧାୟକାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ। ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୁଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମାରେ ରଖାଯାଇଥିବା ଜଣାପଡିଛି।

Leave a comment