ଚନ୍ଦ୍ରଯାନ ଓ ସୂର୍ଯ୍ୟ ମିଶନ ପରେ ଏବେ ଗଗନୟାନ ପାଇଁ ଇସ୍ରୋର ପ୍ରସ୍ତୁତି

0

ଚନ୍ଦ୍ରଯାନ ଓ ସୂର୍ଯ୍ୟ ମିଶନ ପରେ ଏବେ ଗଗନୟାନ ପାଇଁ ପ୍ରସ୍ତୁତି । ଗଗନାୟନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଫ୍ଲାଇଟ ଟେଷ୍ଟ ଭେହିକଲ ଆବୋର୍ଟ ମିଶନ-୧ ପାଇଁ ଇସ୍ରୋ ଜୋରଦାର ପ୍ରସ୍ତୁତି ଚଳାଇଛି । ଏଥିରେ କ୍ରିଉ ଏସକେପ ସିଷ୍ଟମ ପାରଦର୍ଶିତାର ପ୍ରଦର୍ଶନ କରାଯିବ । ଗଗନୟାନ ଅଭିଯାନରେ ମହାକାଶକୁ ମଣିଷ ପଠାଯିବ ।

ପୂର୍ବରୁ ୨୦୨୨ରେ ଏହି ମିଶନ ହେବାର ଥିଲା । ଏବେ ୨୦୨୫ରେ ଆରମ୍ଭ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ମହାକାଶକୁ ମଣିଷ ପଠାଯିବା ପୂର୍ବରୁ ଦୁଇଟି ମାନବବିହୀନ ଅଭିଯାନ କରାଯିବ । ଖୁବଶୀଘ୍ର ଗଗନୟାନର ଟ୍ରାଏଲ ମିଶନ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ ।

Leave a comment