ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ସୂଚନା ଅନୁଯାୟୀ, ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଗତଥର ପ୍ରୀତିନନ୍ଦା ଭୁବନେଶ୍ୱରରେ ବିଜେଡି ଟିକେଟରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ରରେ ଧନ୍ୟବାଦ ଜଣାଇଥିଲେ । ପ୍ରୀତିନନ୍ଦା ଅନ୍ୟ କେଉଁ ଦଳରେ ଯୋଗଦେବେ ନା ନାହିଁ ଜଣାପଡିନାହିଁ ।

Leave a comment