ମୋଦିଙ୍କ ଫୋକସରେ ଓଡିଶା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ନିର୍ବାଚନ ହେବାକୁ ଆଉ ଦିନ କେତେଟା ବାକିଥିଲା ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିଭିନ୍ନ ରାଜ୍ୟରେ ଜାତୀୟ ସ୍ତରର ରାଜନୈତିକ ଦଳମାନେ ନିଜ ନିଜର ପ୍ରଭାବବିସ୍ତାର କରିବାରେ ଲାଗିଲେଣି । ଉଭୟ କଂଗ୍ରେସ ଏବଂ ବିଜେପି ଏ ନେଇ ରାଜ୍ୟ ଅନୁସାରେ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେତେକ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ଉଭୟ ଅଲଗା ଅଲଗା ଲଢୁଥିଲେ ମଧ୍ୟ ରାଜ୍ୟସ୍ତରରେ ସେମାନଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦୀ ହେଉଛନ୍ତି ଆଂଚଳିକ ଦଳ । ଏଣୁ ଏଠାରେ ଜାତୀୟ ରାଜନୈତିକ ଦଳମାନେ ଭିନ୍ନ ଭିନ୍ନ ସମୀକରଣ ଏବଂ କୌଶଳ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଦିଗରୁ ଦେଖିବାକୁ ଗଲେ ଆଗାମୀ ଦିନରେ ଓଡିଶା ଯେ କି ଅତୀତରେ ଅନେକ ଥର ଅଣ କଂଗ୍ରେସ ରାଜନୀତିର ପ୍ରୟୋଗଶାଳା ହୋଇଛି ଆଗାମୀ ଦିନରେ କେନ୍ଦ୍ର ସ୍ତରରେ ଏକ ବଡଭୁମିକା ଗ୍ରହଣ କରିବାକୁ ଯାଉଛି ।

ବିଜେପି ପାଇଁ ଓଡିଶା ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଥିବା ୨୧ ଟି ଲୋକସଭା ଆସନ ଭିତରୁ ୨୦୧୪ ନିର୍ବାଚନରେ ବିଜେପି ଭାଗରେ ପଡିଥିଲା ମାତ୍ର ଗୋଟିଏ ଆସନ । ଏଥର ଦଳ ଏଥିରୁ ୮-୧୦ ଟି ସିଟ୍ ଆଶା ରଖିଛି । ଦଳ ଯଦି ଉତ୍ତରପ୍ରଦେଶ କିମ୍ବା ଅନ୍ୟ ହିନ୍ଦୀ ଭାଷାଭାଷୀ ଅଂଚଳରୁ କିଛି ଆସନ ହରାଏ ତେବେ ତାହା ଓଡିଶାରୁ ହାସଲ କରିପାରିବ । ପୁଣି ଓଡିଶାରେ ଲୋକସଭାଏବଂ ବିଧାନସଭା ପାଇଁ ଏକସମୟରେ ଭୋଟ ହେଉଥିବାରୁ ଏଠାରେ ମଧ୍ୟ ଦଳ କ୍ଷମତାକୁ ଏକୁଟିଆ ଆସିବାକୁ ଅଣ୍ଟା ଭିଡିଛି । ଏଥିପାଇଁ ଦଳ ଧିରେସ୍ଥିରେ କିନ୍ତୁ ସଫଳତାର ସହ ପାହାଛ ପରେ ପାହାଛ ଚଢିଚାଲିଛି ଏବଂ ଏଥିପାଇଁ ହିଁ ଶାସକ ବିଜେଡି ଏବେ ଚିନ୍ତାରେ । ବିଜେଡି ବି ଅନୁମାନ କରିସାରିଲାଣି ଯେ ପୂର୍ବପରି ରେକର୍ଡ ସଂଖ୍ୟକ ଲୋକସଭା ସିଟ୍ ପାଇବା ତା ପାଇଁ ସହଜ କିମ୍ବା ସମ୍ଭବ ନୁହେଁ ।

ଗତ ଡିସେମ୍ବରରୁ ଫେବୃୟାରୀ ମଧ୍ୟଭାଗମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ୩ ଥର ଲେଖାଏଁ ଓଡିଶା ଆସି ସାରିଲେଣି । ପୁଣି ଏବେ ନିକଟରେ ରାଜନାଥ ସିଂ ଭଦ୍ରକ ଆସିସାରିଛନ୍ତି ଆଉ ୨୦ ତାରିଖରେ ଯୋଗୀ ଆଦିତ୍ୟନାଥ ଆସିବାର କାର୍ଯ୍ୟକ୍ରମ ରହିଛି । ଏବେ ପୁଲୱାମା ଆକ୍ରମଣ ପରେ ଦେଶବାସୀଙ୍କ ସହ ବିରୋଧିଦଳ ଏକ ହୋଇଠିଆ ହୋଇଥିବାରୁ ଏହା ମୋଦୀଙ୍କର ଇମେଜକୁ ବୃଦ୍ଧି କରିଛି । ଏପରି ସ୍ଥଳେ ବିଜେପି ତାର ଷ୍ଟାର ପ୍ରଚାରକମାନଙ୍କ ଜରିଆରେ ଓଡିଶାରେ କରିଥିବା ଭଲ ଭଲ କାମର ଗଣତି କରି ଦେଖାଇଦେବାକୁ ଚାହେଁ । ଅବଶ୍ୟ ଗତ ୫ବର୍ଷ ମଧ୍ୟରେ ଯେ ମୋଦୀ ଏବଂ ବିଜେପି ସରକାର ଓଡିଶା ପାଇଁ ଅନେକ ଭଲ କାମ କରିଛନ୍ତି ତାହା କହିବା ଆବଶ୍ୟକ ନାହିଁ । ପାରାଦ୍ୱୀପରେ ଅଏଲ ରିଫାଇନାରୀ ହେଉ କିମ୍ବା ସମ୍ବଲପୁରରେ ଆଇଆଇଏମ, ଭୁବନେଶ୍ୱରକୁ ୧ ନଂ ସ୍ମାର୍ଟସିଟିରେ ପରିଣତ କରିବାହେଉ କିମ୍ବା ଓଡିଶାରେ ରେଲବାଇର ବିକାଶ ପାଇଁ ଅର୍ଥ ଦେବାହେଉ ମୋଦୀ ଏପରି ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପୁଣି ଯଦି ସତରେ ମୋଦୀ ପୁରୀ ଲୋକସଭା ଆସନରେ ପ୍ରାର୍ଥି ହୁଅନ୍ତି ତେବେ ଓଡିଶାରେ ବିଜେପି ପାଇଁ ଗୋଟିଏ ସୁଖଦ ଅନୁଭବ ଆଣିଲା ପରି ଅବସ୍ଥାସୃଷ୍ଟି ହେବ । ଏକଥା କହିବାରେ ଦ୍ୱିଧା ନାହିଁ ଯେ ମୋଦୀ ଜଣେ ଭଲ ବକ୍ତା ଏବଂ ତାଙ୍କ ସମସାମୟିକ ବକ୍ତା ଓଡିଶାର ରାଜନୀତିରେ ନାହାନ୍ତି । ଦୁଇ ଦଶନ୍ଧିରେ ଓଡିଶାରେ ଥାଇ ମଧ୍ୟ ଓଡିଆ କହିପାରୁନଥିବାରୁ ସାଧାରଣରେ ନବୀନ ଚକ୍ଷୁଶୀଳ ହେଉଥିବାବେଳେ ମୋଦୀ ନିଜର ଭାଷଣ ବଳରେ ଯୁବଗୋଷ୍ଠୀକୁ ବାନ୍ଧି ରଖିପାରିଛନ୍ତି । ଏପରିକ୍ଷେତ୍ରରେ ନବୀନ ଓ ମୋଦୀଙ୍କ ମଧ୍ୟରେ ତୁଳନାହିଁ କରାଯାଇପାରିବ ନାହିଁ । ଓଡିଆ ନ କହିପାରିବା ସତ୍ତ୍ୱେ ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ପଦରେ ବସିବା ତାଙ୍କୁ ଲୋକହସାରେ ପରିଣତ କରାଏ । ଅନ୍ୟ ପକ୍ଷରେ ମୋଦୀ ନିଜର କଳାତ୍ମକ ଭାଷଣଦ୍ୱାରା ଯୁବଗୋଷ୍ଠୀଙ୍କୁ ଧରି ରଖିପାରନ୍ତି ।

ପ୍ରାୟ ସମୟରେ ଓଡିଶା କେନ୍ଦ୍ର ସରକାରର ବିରୋଧରେ ବସିଥାଏ । ଏହି କାରଣ ଯୋଗୁଁ କେନ୍ଦ୍ର ସରକାରଙ୍କର ଶୁଭଦୃଷ୍ଟି ଓଡିଶା ଉପରେ ପଡିନଥାଏ । ଓଡିଶା ନବୀନ ସରକାରଙ୍କ ଅଧିନରେ ଯେ କେବଳ କେନ୍ଦ୍ର ସରକାରଙ୍କର ନୀତିକୁ ବିରୋଧ କରିଛନ୍ତି ତାହା ନୁହେଁ ବରଂ ଅନେକ ସମୟରେ କେନ୍ଦ୍ର ଅବହେଳାର ରାଗ ଗାଇ ଚାଲିଛନ୍ତି ।ନବୀନଙ୍କର ଯେଉଁସବୁ ଯୋଜନାକୁ ଆଜି ଜନପ୍ରିୟ ବୋଲି କୁହାଯାଉଛି ପ୍ରକୃତରେ ତା ଋଣ ଦ୍ୱାରା ଆନୀତ ଅର୍ଥରେ ଚାଲିଛି । ଉଦାହରଣ ସ୍ୱରୁପ ରାଜ୍ୟରେ ଖୋଲାଯାଇଥିବା ଆହାର କେନ୍ଦ୍ରପାଇଁ ବଜେଟ୍ରେ ର୍ନିିଷ୍ଟ ବ୍ୟବସ୍ଥା ନାହିଁ । ସେହିପରି ଏକାଧିକ ଯୋଜନା ଯେପରି ହରିଶ୍ଚନ୍ଦ୍ର ଆଦିରେ ଲୋକଙ୍କ ପାଖରେ ଅର୍ଥ ପହଁଚି ପାରୁନାହିଁ । ଗାଁ କଲ୍ୟାାଣ ସମିତି ଯୋଜନାରେ ଅର୍ଥଖର୍ଚ୍ଚ କେବଳ କାଗଜପତ୍ରରେ ଚାଲିଛି । ଏହି ସବୁ ଯୋଜନାଦ୍ୱାରା କେବଳ ଦଳେ କର୍ମପ୍ରତି ବିମୁଖ ରହୁଥିବା ଯୁବଗୋଷ୍ଠୀ ତିଆରି ହେଉଛନ୍ତି ବୋଲି ବୁଦ୍ଧିଜୀବି ମାନେ ମତ ଦେଉଛନ୍ତି । ରାଜ୍ୟ ସରକାର ଚିଟଫ ଦୁର୍ନିତୀ, ଚାଷୀ ଆତ୍ମହତ୍ୟା, ଧାନର ଅଭାବୀ ବିକ୍ରୀ ଆଦିକୁ ନେଇ ହରଡ ଘଣାରେ ପଡିଥିଲାବେଳେ ଲୋକମାନେ ଧିରେ ଧିରେ ନିଜ ନିଜ ଅଂଚଳରେ ପରିବର୍ତ୍ତନ ଖୋଜୁଛନ୍ତି । ବର୍ତ୍ତମାନର ସରକାର ଏବଂ ଲୋକଙ୍କ ଆଶା ଆକାଂକ୍ଷା ମଧ୍ୟରେଥିବା ବିରାଟ ଶୂନ୍ୟସ୍ଥାନକୁ ଯେ ଭାଜପା ପୂରଣ କରିିପାରିବ ସେ ନେଇ ଓଡିଶାବାସୀଙ୍କ ପାଖକୁ କେନ୍ଦ୍ରୀୟ ନେତାମାନଙ୍କର ସୁଅ ଛୁଟୁଛି ।ଆଉ ସେମାନଙ୍କ ସଭାସ୍ଥଳରେ ଯେଉଁ ଭିଡ ହେଉଛି ତାକୁ ଦେଖି ବିଜେଡିର ଯେ ହୃତ କମ୍ପନ ବଢୁଥିବ ତାହା ସୁନିଶ୍ଚିତ । ଯେତେବେଳେ ବି ଅଣ କଂଗ୍ରେସ ସରକାର କେନ୍ଦ୍ରକୁ ଆସିଛି ସେତେବେଳେ ଓଡିଶାର ଆର୍ଥିକ, ସାମାଜିକ ଏବଂରାଜନୈତିକ ବିକାଶହୋଇଛି ତାହା ଅନ୍ତତଃ ଓଡିଶାର ବୁଦ୍ଧିଜୀବି ମାନେ ଅନୁଭବ କରିସାରିଛନ୍ତି । ଅନେକ କ୍ଷେତ୍ରରେ ଦେଖିବାକୁ ଗଲେ କେନ୍ଦ୍ର ସରକାର ଗତ ପାଞ୍ଚବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ ନେଇଥିବା ଅନେକ ପଦକ୍ଷେପ ବେଶ୍ ଖୁସିକଲାପରି । ଚାଷୀଙ୍କ ମୁପିଛା ଆୟବୃଦ୍ଧି କରିବାହେଉ କିମ୍ବା ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ଦେବା ହେଉ ଏସବୁ ପଦକ୍ଷେପ ମାନ୍ୟବର ମୋଦୀଙ୍କୁ ଓଡିଶାରେ ଅନେକ ଲୋକପ୍ରିୟ କରିଛି । ପୁଣି ଯେହେତୁ ନରେନ୍ଦ୍ରମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ଦୁର୍ନିତୀ ବୃଦ୍ଧିପାଇନାହିଁ ସେଥିପାଇଁ ସେ ମଧ୍ୟ ଲୋକଙ୍କ ସୁନଜରରେ ଅଛନ୍ତି । ଓଡିଶାର ଅନେକ ବୁଦ୍ଧିଜୀବି ଭାଜପାକୁ ପୁଣିଥରେ ସରକାରରେ ଦେଖିବାକୁ ଚାହାନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅନେକଥର ପୂର୍ବାଂଚଳକୁ ଭାରତର ବିକାଶର ପ୍ରବେଶ ପଥବୋଲି କହିଛନ୍ତି । ଆଉ ପୁଣି ପୂର୍ବାଂଚଳ ମଧ୍ୟରେ ଓଡିଶା ଭାଜପାର ଫୋକସ୍ରେ ରହିଛି । ଜଳ, ଜମି, ଜଂଗଲ, ସମୁଦ୍ର ପଥ, ସମତଳଭୂମି ଆଉ ରାଜନୈତିକ ସ୍ଥିରତା ଥିଲେ ମଧ୍ୟ ଓଡିଶା ରାଜ୍ୟଦେଶର ଅନେକ ରାଜ୍ୟଠାରୁ ବିଭିନ୍ନ ଦିଗରେ ପଛରେ ପଡିଛି । ଏଠାରେ ବିକାଶପାଇଁ ଅନୁକୂଳ ପରିବେଶ ଆଉ ସୁଯୋଗ ଥିଲେ ମଧ୍ୟ ତାହା କରାଯାଇପାରିନାହିଁ । ଏ କଥାକୁ ବିଜେପି କିନ୍ତୁ ବେଶ୍ ଭଲ ଭାବେ ବୁଝିପାରିଛି । ନବୀନଙ୍କ ବିଫଳତା ଏବଂ ପ୍ରଶାସନିକ ସ୍ଥାଣୁତାକୁ ଆୟୁଧ କରି ବିଜେପି ଯୁବଗୋଷ୍ଠୀକୁ ପ୍ରଭାବିତ କରିବାକୁ ଚାହୁଁଛି । ଆଉ ବିଜେପି ଜାଣିଛି ଯେ ରାଜ୍ୟର ଭୋଟରମାନଙ୍କ ମଧ୍ୟରୁ ଏକ ବଡ ଭାଗ ଯୁବଗୋଷ୍ଠୀ ହୋଇଥିବା ବେଳେ ଭୋଟକେନ୍ଦ୍ରମାନଙ୍କରେ ଏମାନଙ୍କ ଉପସ୍ଥିତି ଆଉ ବିଜେପି ପ୍ରତି ସଦୟ ଦୃଷ୍ଟି ଓଡିଶା ଏବଂ ବିଜେପିର ଭାଗ୍ୟ ବଦଳାଇବାରେ ସହାୟକ ହେବ ।

Leave a comment