ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ସ୍ଥିତି ସମୀକ୍ଷା କଲେ ୬ ଜଣିଆ କେନ୍ଦ୍ରୀୟ ଟିମ

0

ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ଆକ୍ରାନ୍ତ । ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ କେନ୍ଦ୍ରର ପଦକ୍ଷେପ । ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା । ଓଡ଼ିଶାର ୨ ବିଶେଷଜ୍ଞ ମଧ୍ୟ ଟିମରେ ସାମିଲ ହୋଇଥିଲେ । ସିଡିଏମଓଙ୍କ ଅଫିସରେ ହୋଇଥିଲା ସମୀକ୍ଷା ବୈଠକ । ଏହାପରେ ମଝାପଡ଼ା ଅଞ୍ଚଳକୁ ଯାଇଥିଲେ କେନ୍ଦ୍ରୀୟ ଟିମ୍। ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ।

୨୪ ଘଣ୍ଟାରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୪ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୨୦ ପଜିଟିଭ ଚିହ୍ନଟ। ଏହାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି। ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସାଧୀନ ଅଛନ୍ତି। ଯଥେଷ୍ଟ ଔଷଧ ମହଜୁଦ ରହିଛି । ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି। ଚାଷ ଜମି, ଜଙ୍ଗଲ କିମ୍ବା ପୋଖରୀକୁ ଯାଉଥିବା ଲୋକଙ୍କୁ ଚିଗର୍ସ ନାମକ କୀଟ କାମୁଡିଲେ ସ୍କ୍ରବ ଟାଇଫସରେ ସଂକ୍ରମିତ ହେଉଛନ୍ତି । ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନ କରାଯାଉଛି ।

Leave a comment