ରଘୁନାଥ ନୁହେଁ ମାନସଙ୍କୁ ଚାହାଁନ୍ତି ଚିଲିକାବାସୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିଲିକା ନିର୍ବାଚନମଣ୍ଡଳୀରେ ଆଶାୟୀ ପ୍ରାର୍ଥୀକୁ ନେଇ ବିଦ୍ରୋହ । ସେମାନେ ରଘୁନାଥ ସାହୁଙ୍କ ବଦଳରେ ମାନସ ମଙ୍ଗରାଜଙ୍କୁ ନିଜର ନେତା ଭାବରେ ଦେଖିବାକୁ ଆଗ୍ରହୀ । ଏସମ୍ୱନ୍ଧରେ ସେମାନେ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବାକୁ ଗତକାଲି ନବୀନ ନିବସକୁ ଆସିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଚିଲିକା ନିର୍ବାଚନମଣ୍ଡଳୀର ବିଜେଡ଼ିର ଏକ ଶକ୍ତିଶାଳୀ ଗୋଷ୍ଠୀ ନବୀନ ନିବସ ଆସି ରଘୁନାଥ ସାହୁଙ୍କ ବଦଳରେ ମାନସ ମଙ୍ଗରାଜଙ୍କୁ ଚିଲିକାରୁ ପ୍ରାର୍ଥୀ କରିବାକୁ ନିବେଦନ କରଛନ୍ତି । ସେମାନଙ୍କ ମତ ଅନୁଯାୟୀ ରଘୁନାଥ ବିଧାୟକ ଥିବାବେଳେ ଚିଲିକା ଅଞ୍ଚଳବାସୀଙ୍କ ପାଇଁ କୌଣସି ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ କରିନଥିବା ସହ ତାଙ୍କର କୌଣସି ଦଳୀୟ କର୍ମୀଙ୍କ ସହ ଭଲ ସମ୍ପର୍କ ନଥିବା ଦର୍ଶାଇ ଥିଲେ । ସେହିପରି ସେ ଅନେକ ବାଦ ବିବାଦରେ ମଧ୍ୟ ଜଡ଼ିତ ଥିବା ଦର୍ଶାଇ ଥିଲେ । ତେଣୁ ରଘୁନାଥଙ୍କୁ ଚିଲିକାରୁ ପ୍ରାର୍ଥୀ କରାଗଲେ ତାଙ୍କ ଜିତିବା ଆଶା ମଧ୍ୟ କ୍ଷୀଣ ବୋଲି କହିଥିଲେ । ସେହିପରି ମାନସ ମଙ୍ଗରାଜ ଚିଲିକା ବାସୀଙ୍କ ସହ ଅନେକ ବର୍ଷ ହେଲା ଜଡିତ ଥିବା ସହ ତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝୁଛନ୍ତି । ତେଣୁ ମାନସଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ତାଙ୍କ ଅଞ୍ଚଳରୁ ପ୍ରାର୍ଥୀ ହେଲେ ଚିଲିକା ଅଞ୍ଚଳର ଉର୍ଣ୍ଣତ୍ତି ସମ୍ଭପର ହୋଇପାରିବ ବୋଲି ଅନୁରୋଧ କରିଥିଲେ ।
ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ ସେନ୍, ମାନସ ରଞ୍ଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା ଆଦିଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଗତକାଲି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

Leave a comment