ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା କାର୍ଯ୍ୟକାରୀ ହେଉଛି । ତେବେ ଏହି ଯୋଜନାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଥିବାରୁ ଏହାକୁ ବିରୋଧ କରିଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କୁ ଟଙ୍କା ପ୍ରଦାନ କରୁଥିବା ବେଳେ ଏଥିରେ ସ୍ବଚ୍ଛତା ରଖିନାହାନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଗତ ରବିବାରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବା ପରେ ଅର୍ଥମନ୍ତ୍ରୀ କାଳିଆ ଯୋଜନାର ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ଫଳରେ ତାଙ୍କୁ ବହିଷ୍କାର କରାଯାଉ ବୋଲି ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛି । ଏଥିସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

Leave a comment