ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ

0

ଆଜି ସକାଳୁ ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ । କୁଞ୍ଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିିନ୍ନ ହୋଇଛି । ଯାହା ଫଳରେ ଗାଡିଚଳା ଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ଏହି ପାହାଡ ଧସିଥିଲା । ଅନ୍ୟ ପାଶ୍ୱର୍ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଫଳରେ ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେବା ସହିତ ୧୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୧୫ ତାରିଖ ବେଳକୁ ବର୍ଷା କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା କାରଣରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ସୂଚନା ଦିଆଯାଇଛି ।

Leave a comment