ଏହିସବୁ କାରଣ ଯୋଗୁଁ ଭାଗ୍ୟବାନ ବ୍ୟକ୍ତିର ସଫଳତାରେ ବାଧା ସୃଷ୍ଟି ହୋଇଥାଏ

0

ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ମଣିଷ କୁ ସଠିକ ମାର୍ଗ ପ୍ରଦାନ କରିଥାଏ ଓ ଜୀବନ ରେ ସଫଳ ହେବାରେ ସାହାଯ୍ୟ କରିଥାଏ l ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଦୁର୍ଦର୍ଶିତାର ପରିଚୟ ଦେଇଛନ୍ତି l ଯାହା ଆମକୁ ଗୋଟିଏ ସୁନ୍ଦର ଜୀବନ ଗଢି ତୋଳିବାରେ ସାହାଯ୍ୟ କରିଥାଏ l ଆଜିର ଚାଣକ୍ୟ ନୀତି ରେ ଆଚାର୍ଯ୍ୟ ଚାଣକ୍ୟ କେଉଁ ଲୋକ ମାନେ ଭାଗ୍ୟବାନ ହୋଇ ମଧ୍ୟ ଜୀବନ ରେ ସଫଳ ହୋଇ ପାରନ୍ତି ନାହିଁ ସେହି ଭଳି ବ୍ୟକ୍ତି ଙ୍କ ବିଷୟରେ କହିଛନ୍ତି l

– ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହ ର ସହିତ କରିବା ଆବଶ୍ୟକ l ଯଦି ମନରେ ଉତ୍ସାହ ରହିବ ନାହିଁ , ଯେଉଁ କାର୍ଯ୍ୟ ରେ ସଫଳତା ମିଳିବା କଥା ତାହା ମଧ୍ୟ ମିଳି ନଥାଏ l

-ଚାଣକ୍ୟ କହିଛନ୍ତି ଯେ ଜୀବନ ରେ କଦାପି ଭାଗ୍ୟ ର ସାହାରା ରେ ବସିବା ଉଚିତ ନୁହେଁ l କାହିଁକି ନା ଭାଗ୍ୟ ର ସାହାରା କେବଳ ଭୀରୁ ମାନେ ନେଇ ଥାଆନ୍ତି l ଯେଉଁ ବ୍ୟକ୍ତିର ମନରେ ଉତ୍ସାହ ରହିଥାଏ ସେ ନିଜର କର୍ମର ଫଳ ଲାଭ କରିଥାଏ ଓ ପ୍ରତ୍ୟେକ କାର୍ଯ୍ୟ ରେ ସଫଳ ହୋଇଥାଏ l

– ଯେଉଁ ବ୍ୟକ୍ତି ଅଳସୁଆ ଓ ପ୍ରତ୍ୟେକ କାର୍ଯ୍ୟ କୁ କରିବା ପାଇଁ ସମୟ ଲଗାଇଥାଏ ସେଭଳି ବ୍ୟକ୍ତିକୁ କଦାପି ସଫଳତା ମିଳି ନଥାଏ l ସେ ଅନ୍ୟ ଉପରେ ନିର୍ଭର କରି ଜୀବନ ଅତି ବାହିତ କରିଥାଏ l

– ଯଦି ଜୀବନ ରେ ସଫଳତା ପାଇବାର ଅଛି ତେବେ ପ୍ରତ୍ୟେକ କାର୍ଯ୍ୟ କୁ ମାନଯୋଗ ଦେଇ ଉତ୍ସାହ ର ସହିତ କରିବା ଉଚିତ l ଏହାଦ୍ୱାରା ସଫଳତା ବୃଦ୍ଧି ପାଇଥାଏ l

Leave a comment