ଓଡିଶାକୁ କେନ୍ଦ୍ରର ଅଣଦେଖା, ଆଜିଠୁ ବିଜେଡିର ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ 

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି କେତେ ଦରଦ ରହିଛି ସେକଥା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି । ବିକାଶର ଡିଣ୍ଡିମ ପିଟି ସାଧାରଣ ଲୋକମାନଙ୍କୁ ଭାଜପା ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛି । କେନ୍ଦ୍ର ସରକାର ସଦାସର୍ବଦା ରାଜ୍ୟ ପ୍ରତି ଅବହେଳା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଏ ନେଇ ବିଜେଡି ପକ୍ଷରୁ ଆଜିଠାରୁ ଜବାବ ମାଗୁଛି ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି।

ଦଳ ପକ୍ଷରୁ ଦର୍ଶାଯାଇଛି ଯେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଭାଜପା ପ୍ରଥମ ଏଜେଣ୍ଡା ରଖିଥିଲା । କିନ୍ତୁ ଏହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ ହୋଇଥିଲା ବେଳେ ରେଳ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଏ ନେଇ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜବାବ ମାଗୁଛି ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ।

Leave a comment