କାହା ସରଣରେ ରବୀନ୍ଦ୍ର ଜେନା ଏବଂ ଲେଖାଶ୍ରୀ ସାମନ୍ତସିଂହାର ପଢନ୍ତୁ ଜାଣିବେ…

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): କୌଣସି ଦଳରେ ନାହାନ୍ତି । କୌଣସି ପଦବୀରେ ନାହାନ୍ତି । ଟିକେଟ ବାଣ୍ଟିବା ପାଇଁ ତାଙ୍କ ପାଖରେ ସେପରି କିଛି ନାହିଁ । ପାଞ୍ଚବର୍ଷ ପୂର୍ବେ ଥିଲେ ଭାରି ପାୱାରଫୁଲ । ଏବେ ଘରେ ବସିଛନ୍ତି । କିନ୍ତୁ ତାଙ୍କ ସରଣରେ ପସିଛନ୍ତି ଉଭୟ ବିଜେଡ଼ି ଏବଂ ବଜେପି ନେତା ।

ଆମେ ଏଠାରେ ଶ୍ରୀକାନ୍ତ ଜେନାଙ୍କ ବିଷୟରେ କହୁଛୁ । ଶ୍ରୀକାନ୍ତ ଜେନା ରାଜନୀତି କ୍ଷେତ୍ରର ଏକ ଜଣାଶୁଣା ନାଁ ଯେକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବାଲେଶ୍ଵରର ପୂର୍ବତନ ଏମ.ପି.। ଘଟଣା ଚକ୍ରରେ ବିଜେଡି, ବିଜେପିରେ ପରସ୍ପର ପ୍ରତିଦ୍ବନ୍ଦିତା ହେବାକୁ ଥିବା ଦୁଇଟି ନେତା ତାଙ୍କ ସରଣରେ ପସିଛନ୍ତି । ନେତା ଦୁଇଜଣ ହେଲେ ବାଲେଶ୍ଵର ବର୍ତ୍ତମାନ ଏମ.ପି ରାଜେନ୍ଦ୍ର ଜେନା ଏବଂ ବିଜେପିରୁ ଲୋକସଭା ପ୍ରାର୍ଥୀ ହେବାକୁ ଚାହୁଁଥିବା ଲେଖାଶ୍ରୀ ସାମନ୍ତସିଂହାର ।

ସୂଚନା ଅନୁଯାୟୀ, ୭ତାରିଖ ଅର୍ଥାତ ଗତ ଗୁରୁବାର ଦିନ ୧.୩୦ ରୁ ୨.୩୦ ରବୀନ୍ଦ୍ର ଜେନା ପହଞ୍ଚନ୍ତି ଶ୍ରୀକାନ୍ତ ଜେନାଙ୍କ ଘରେ । ପ୍ରାୟ ୨୦ ରୁ ୨୫ ମିନିଟ ଆଲୋଚନା କରନ୍ତି ବାଲେଶ୍ଵରର ରାଜନୀତିକୁ ନେଇ । ବାଲେଶ୍ଵର ରାଜନୀତି ରେ କିପରି ଚକମା ଦେଇହେବ କାହାକୁ କଣ କରିହେବ ଏହିସବୁ ବିଷୟରେ ଆଲୋଚନା କରନ୍ତି । ଏହାପରେ ରବୀନ୍ଦ୍ର ସେଠାରୁ ବିଦାୟ ନିଅନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୬ ତାରିଖ ଅର୍ଥାତ ବୁଧବାର ଦିନ ଏକ ସମୟରେ ଶ୍ରୀକାନ୍ତଙ୍କ ଘରେ ଆସି ପହଞ୍ଚିଥାନ୍ତି ଲେଖାଶ୍ରୀ ସାମନ୍ତସିଂହାର । ସେ ବି ସେହି ସମାନ କାରଣରୁ । କାରଣ ବାଲେଶ୍ଵରରୁ ଲେଖାଶ୍ରୀ ସାମନ୍ତସିଂହାର ଏମ.ପି ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ତେଣୁ ଶ୍ରୀକାନ୍ତ ଜେନାଙ୍କ ସହଯୋଗ ତାଙ୍କର ବି ଆବଶ୍ୟକତା । ସଂଯୋଗ କ୍ରମେ ଦାମ ରାଉତ ବି ଶ୍ରୀକାନ୍ତ ଙ୍କ ଘରକୁ ଯାଇଥିଲେ ।

ଉଭୟ ବିଜେଡି ଓ ବିଜେପି ବର୍ତ୍ତମାନ ଶ୍ରୀକାନ୍ତଙ୍କ ସରଣରେ ବାଲେଶ୍ଵର ସିଟ ହାତେଇବା ପାଇଁ । ପ୍ରଥମ ଥର ପାଇଁ ଦେଖାଯାଉଛି ଶ୍ରୀକାନ୍ତ ସେଠାରୁ ଲଢ଼ିବାକୁ ନ ଚାହିଁଲେବି ତାଙ୍କୁ ଲଢ଼ିବାକୁ ସମସ୍ତ ଦଳ ବାଧ୍ୟ କରୁଛନ୍ତି । ବିଜେଡି ରୁ ତାଙ୍କୁ ବାଧ୍ୟ କରାଯାଇନାହିଁ । କାରଣ ଶ୍ରୀକାନ୍ତ ବିଜେଡ଼ି ର ଘୋର ବିରୋଧୀ ଭାବେ ପାରିଚିତ । କିନ୍ତୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବାକୁ ଚେଷ୍ଟା କରୁଥିଲା । ନୀତିଶ କୁମାରଙ୍କ ଭାୟାରେ ତାଙ୍କୁ ବିଜେପିରେ ମିଶାଇ ଦିଲ୍ଲୀରେ ନିଶ୍ଚିତ ମନ୍ତ୍ରୀପଦ ଦେବା ଅଫର ଥିଲା । ହେଲେ ଶ୍ରୀକାନ୍ତ ଗତ ଜାନୁଆରୀରେ ଏହାକୁ ଏଡାଇ ଦେଇଥିଲେ କିନ୍ତୁ ତାଙ୍କର ଥିବା ସଂଗଠନ, ୫ବର୍ଷରେ ହୋଇଥିବା କିଛି ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ ଯୋଗୁ ବାଲେଶ୍ୱର ରେ ଶ୍ରୀକାନ୍ତଙ୍କ କିଛି ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ଏବଂ ସେଇ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଲେଖାଶ୍ରୀ ଓ ରବୀନ୍ଦ୍ର ଉଭୟ ଶ୍ରୀକାନ୍ତଙ୍କ ସରଣରେ ପସିଛନ୍ତି । ହେଲେ ଆଉ ଏକ କାରଣ ହେଉଛି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଅର୍ଥାତ ସୁଲିଆ । ବର୍ତ୍ତମାନ ଶୁଣିବାକୁ ମିଳୁଛି ସୁଲିଆ ବାଲେଶ୍ଵରରୁ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଶ୍ରୀକାନ୍ତ ନିରଞ୍ଜନ ସମ୍ପର୍କରେ ସମସ୍ତଙ୍କୁ ଜଣା । ସୁଲିଆ ଓ ନିରଞ୍ଜନ ଙ୍କୁ ମାତ ଦେବାକୁ ହେଲେ ଶ୍ରୀକାନ୍ତ ଜେନାଙ୍କ ଠାରୁ ବଡ଼ ଚଣକ୍ୟ ଆଉ କିଏବା ହୋଇପାରିବେ । ତେଣୁ କରି ଏହି ଦୁଇ ନେତା ଶ୍ରୀକାନ୍ତଙ୍କ ସରଣାଗତ । କଥାରେ ଅଛି ରାଜନୀତିରେ ଘଡିକେ ଘୋଡା ଛୁଟେ । ଶ୍ରୀକାନ୍ତ କି କାର୍ଡ ଖେଳୁଛନ୍ତି ଏବଂ ଏହାଦ୍ୱାରା କିଏ କେତେ କ୍ଷତି ଗ୍ରସ୍ତ ହେଉଛନ୍ତି, ନିରଞ୍ଜନ ଏବଂ ବାଲେଶ୍ୱର ରାଜନୀତିରେ କଣ ପରିବର୍ତ୍ତନ ହେଉଛି ତାହା କେବଳ ସମୟ କହିବ ।

Leave a comment