ପଦ୍ମ ଧରିବେ ଦାମ ! ଦିଲ୍ଲୀରେ ହୋଇଛି ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ସେଥିପାଇଁ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦିଲ୍ଲୀରେ ଚାଲିଛି ବୈଠକ । ଗତ ୩ ତାରିଖରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବତନ ଏମ.ପି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇଥିଲେ । ବର୍ତ୍ତମାନ ଦାମଙ୍କ ପାଳି ।

ସୂଚନା ଅନୁଯାୟୀ, ରାଜ୍ୟ ବିଜେପିକୁ ମଜଭୁତ କରି ବିଜେଡିକୁ ମାତ ଦେବାକୁ ଫୁଲ ଦମରେ ଲାଗିଛି ବିଜେପି । ସେ ନବୀନ ବିରୋଧୀଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ ସମରସଜ୍ଜା ଆରମ୍ଭ କରିଦେଲାଣି । କିଛି ମାସ ପୂର୍ବରୁ ବିଜେଡି ଦଳରୁ ବହିଷ୍କୃତ ହେବାପରେ ଦାମଙ୍କ ଭବିଷ୍ୟତ କଣ ତାକୁ ନେଇ ଅନେକ ଅଲୋଚନ ହେଉଥିଲା । କେତେବେଳେ ଦାମ କଂଗ୍ରେସରେ ଯୋଗଦେବେ ତ ଆଉ କେତେବେଳେ ବିଜେପିରେ ମିଶିବେ ତ କେତେବେଳେ ନୂଆଦଳ ଗଢିବେ ଏପରି ଅନେକ କଥା ସମ୍ନାକୁ ଆସିଥିଲା । ନୂତନ ଦଳ ଗଠନ ହୋଇ ପାରିଲା ନାହିଁ ତେଣୁ ବର୍ତ୍ତମାନ ଦାମ ବିଜେପି ମୁହାଁ । ୨୦୧୯ ନିର୍ବାଚନରେ ଦାମ କୌଣସି ଦଳ ତରଫରୁ ନିର୍ବାଚନ ଲଢ଼ିବେ ନା ନାହିଁ ପ୍ରଶ୍ନରେ ବର୍ତ୍ତମାନ ବ୍ରକେ ଲାଗିଛି । ଯଦି ଚର୍ଚ୍ଚା ମୁତାବକ ସବୁକିଛି ଠିକ ରହିବ ତେବେ ପାରାଦୀପରେ ବିଜେଡି ଓ ବିଜେପି ଟକ୍କର ରୋମାଞ୍ଚକର ହେବ ।

Leave a comment