ସରକାରୀ ବାସଭବନରୁ ଉଦ୍ଧାର ହେଲା ରାଇରଙ୍ଗପୁର ବିଧାୟକଙ୍କ ଝିଆରୀଙ୍କ ମୃତଦେହ
MLA କଲୋନୀରୁ ଦେବରାୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ୱର ସ୍ଥିତ ରାଇରଙ୍ଗପୁର ବିଧାୟକଙ୍କ ସରକାରୀ ବାସଭବନରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ। ମୃତକ ହେଲେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ ବିନ୍ଦିୟା ମାର୍ଣ୍ଡି। ବିନ୍ଦିୟା ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଦେବରାୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ। ସେ ବିଧାୟକଙ୍କ ସରକାରୀ ବସଭାବନରେ ରହି ଅଧ୍ୟୟନ କରୁଥିଲେ ।
ଶନିବାର ସନ୍ଧ୍ୟାରେ ବିଧାୟକ ନବଚରଣ ମାଝୀ ଝିଆରୀଙ୍କୁ ଡ୍ରେସ୍ ଓ ଖାଇବା ଜିନିଷ କିଣିଦେବା ସହ ସନ୍ଧ୍ୟାବେଳେ ଝିଆରୀ ଓ ପୁତୁରାମାନଙ୍କ ସହ ଖାଇବା ପରେ ରାଇରଙ୍ଗପୁରକୁ ଫେରିଥିଲେ। ଖାଇବା ପରେ ଝିଆରୀ ନିଜ ରୁମକୁ ଯାଇଥିଲେ। ତେବେ ସକାଳୁ କବାଟ ନଖୋଲିବାରୁ ବିନ୍ଦିୟାଙ୍କ ଭାଇ ଡରିଯାଇ ବିଧାୟକଙ୍କୁ ଜଣାଇବା ପରେ ବିଧାୟକ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି କବାଟ ତାଡି ଘର ଭିତରୁ ବିନ୍ଦିୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଶବ ବ୍ୟବଛେଦ କରିଛି। ପୋଲିସ ବିନ୍ଦିୟାଙ୍କ ମୋବାଇଲ ଜବତ କରି ଅଧିକ ତଦନ୍ତ ଚଳାଇଛି। ଆଜି ମୃତଦେହ ରାଇରଙ୍ଗପୁର ବଡ଼ ମହୁଲ ଡିହା ଗ୍ରାମକୁ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।