ଲୋକସଭାକୁ ରାହୁଲଙ୍କ କମବ୍ୟାକ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାରଠାରୁ ଲୋକସଭାର ସାଂସଦ ପଦ ଫେରି ପାଇଛନ୍ତି। ଲୋକସଭା ସଚିବାଚଳୟ ପୁଣିଥରେ ଆଜି ଏସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହଙ୍କ ପକ୍ଷରୁ ଜାରି ନୋଟିଫିକେସନ୍ରେ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଫେରାଇ ଦିଆଯାଉଛି।
ଏବେ ରାହୁଲଙ୍କୁ ତାଙ୍କ ବଙ୍ଗଳା ମଧ୍ୟ ଫେରାଇ ଦିଆଯାଇ ପାରେ, ଯାହକି ସାଂସଦ ପଦ ଯିବା ପରେ ଫେରାଇ ନିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଲୋକସଭାରେ ରାହୁଲ ପହଞ୍ଚିବା ପରେ କଂଗ୍ରେସ ଆକ୍ରାମକ ହୋଇପାରେ। ଗୃହରେ ତାଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ନେତାମାନେ ପ୍ରସ୍ତୁତିରେ ଅଛନ୍ତି। କଂଗ୍ରେସ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଘୃଣା ଉପରେ ଭଲ ପାଇବାର ବିଜୟ।’
ରାହୁଲଙ୍କୁ ମୋଦି ସରନେମ୍ ମାନହାନୀ ମାମଲାରେ ୨ ବର୍ଷର ସଜା ମିଳିଥିଲା, ଯେଉଁ କାରଣରୁ ତାଙ୍କର ସାଂସଦ ପଦ ହରାଇବାକୁ ପଡିଥିଲା। ତେବେ ଶୁକ୍ରବାର ଦିନ ତାଙ୍କୁ ମିଳିଥିଲା ବଡ଼ ଧରଣର ଆଶ୍ବସ୍ଥି। ସୁପ୍ରିମକୋର୍ଟ ତାଙ୍କୁ ମିଳିଥିବା ଦୁଇ ବର୍ଷର ସଜା ଉପରେ ରହିତାଦେଶ ଲଗାଇ ଦେଇଥିଲେ। ଏହାପରେ ଚର୍ଚ୍ଚା ହେଉଥିଲା ଯେ, ରାହୁଲ ଗାନ୍ଧି ସୋମବାରଠାରୁ ଗୃହରେ ପହଞ୍ଚି ପାରନ୍ତି। ରାହୁଲ ସୁପ୍ରିମକୋର୍ଟଙ୍କ ରାୟ ପରେ କହିଥିଲେ, ମୋର ରାସ୍ତା ପରିସ୍କାର ରହିଛି ଓ ମୁଁ ସେଥିରେ ଲାଗି ରହିବି। ଏହାଛଡା କଂଗ୍ରେସ ନେତାମାନେ କହିଛନ୍ତି ସୁପ୍ରିମକୋର୍ଟ ଲୋକତନ୍ତ୍ରର ରକ୍ଷା କରିଛନ୍ତି।
ଉଲ୍ଲେଖନୀୟ ଯେ, ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିଲ ରାହୁଲ ଗାନ୍ଧି। କିନ୍ତୁ ସେଠାରେ ସେ ନିରାଶ ହୋଇଥିଲେ। ଗତ ମାସରେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ଓ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ରାହୁଲଙ୍କୁ ମିଳିଥିଲା ଆଶ୍ବସ୍ଥି।