ଓଏଏସ ସ୍ତରରେ ଅଦଳବଦଳ
ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଶନିବାର ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଅଧିକାରୀ ତଥା ବାଲେଶ୍ୱର ଏଡିଏମ୍ ସୁଚାରୁ କୁମାର ବଳଙ୍କୁ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାପେ କାର୍ଯ୍ୟରତ ଦିଲ୍ଲୀପ କୁମାର ବଳଙ୍କୁ ନୟାଗଡ଼ ଏଡିଏମ(ଅତିରିକ୍ତ ଜିଲ୍ଲାପାଳ) ଭାବେ ନୂଆ ଦାୟିତ୍ୱ ମିଳିଛି।
ସେହିପରି ଓଏଏସ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ନବରଙ୍ଗପୁର ଏଡିଏମ ଭାବେ ବଦଳି କରାଯାଇଥିବା ବେଳେ ରାୟଗଡ଼ାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଧର୍ମେନ୍ଦ୍ର ବେହେରାଙ୍କୁ ଦେବଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।
ସେହିପରି ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟାର(ଆଡମିଶନ) ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ବାବେ ବଦଳି କରାଯାଇଛି। ସେହିପରି ଓଏଏସ ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତଙ୍କୁ ଭଦ୍ରକ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ସେହିପରି କନ୍ଦୁଝର ବଡ଼ବିଲର ତହସିଲଦାର ଆଲୋକ କୁମାର ପଟେଲଙ୍କୁ ବରଗଡ଼, ପଦ୍ମପୁର ଉପଜିଲ୍ଲାପଳ ଭାବେ ନୂଆ ଦାୟିତ୍ୱ ମିଳିଛି।