ନିଜ ପିଲାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ସକାଳୁ ଉଠିବା ମାତ୍ରକେ ମାତାପିତା ନିଜ ସନ୍ତାନଙ୍କୁ ନିହାତି କୁହନ୍ତୁ ଏହି ୫ଟି କଥା

0

ଆମେ ସବୁ ମାତାପିତା ଚାହିଁ ଥାଉ ଆମ ସନ୍ତାନ ଜୀବନ ରେ ଗୋଟିଏ ଭଲ ଓ ସଫଳ ମଣିଷ ହେଉ l ସେଥିପାଇଁ ପିତାମାତା ଙ୍କୁ କିଛି ଟା ଭଲ ଅଭ୍ୟାସ ନିଜ ସନ୍ତାନ ମାନଙ୍କ ଜୀବନ ରେ ଦୈନନ୍ଦିନ ସାମିଲ କରିବା ଆବଶ୍ୟକ l ଯାହା ପିଲାଙ୍କୁ ଜୀବନ ବଂଚିବା ସହିତ ଉନ୍ନତି କରିବାରେ ସାହାଯ୍ୟ କରିବ l

ଆଜିକାଲି ଖୁବ କମ ବୟସ ରୁ ପିଲା ମାନେ ଟେନ୍ସନ ଡିପ୍ରେସନ ର ଶିକାର ହେଉଛନ୍ତି , ଯାହା ତାଙ୍କୁ ଅନେକ ସମସ୍ୟା ର ସମୁଖୀନ କରାଉଛି l ତେଣୁ ସେଥିପାଇଁ କିଛିଟା ଛୋଟ ଟିପ୍ସ ଫଲୋ କରିବାକୁ ପଡିଥାଏ l

ସର୍ବ ପ୍ରଥମେ ଆପଣ ଜାଣିବା ଜରୁରୀ ଯେ ଆପଣଙ୍କ ପିଲା ସବୁ କଥା ବୁଝି ପାରୁଛି l ତେଣୁ ଆପଣ କ୍ରୋଧ ରେ କୁହନ୍ତୁ କିମ୍ବ ମଜାରେ କୁହନ୍ତୁ ସବୁ କଥାର ପ୍ରଭାବ ତାର ସରଳ ମନ ଉପରେ ପଡୁଛି l ତେଣୁ ଯାହାବି କହିବେ ଭାବିଚିନ୍ତି କହିବେ l

* ନିଜ ପିଲାର ଆତ୍ମବିଶ୍ୱାସ ସବୁବେଳେ ବଢାଇବାକୁ ଚେଷ୍ଟା କରନ୍ତୁ l ସବୁବେଳେ ନିଜ ପିଲାଙ୍କ ଭୁଲ ବାଛି ତାଙ୍କ ମନରେ ହୀନ ଭାବନା ଭାରନ୍ତୁ ନାହିଁ l ଏପରି କରିବା ଦ୍ୱାରା ପିଲା ମାନେ ଖରାପ ବାଟ କୁ ଯାଇ ଥାଆନ୍ତି l

*ସବୁ ମାତାପିତା ନିଜ ପିଲାଙ୍କୁ ସକାଳୁ ଉଠିବା ମାତ୍ରକେ ଏହି ୫ ଟି କଥା ନିହାତି କୁହନ୍ତୁ :-

– ଆମେ ତମ ଭଳି ସନ୍ତାନ ପାଇ ଗର୍ବିତ ଅନୁଭବ କରୁଛୁ l ତେଣୁ ତମେ ସେମିତି କିଛି କେବେ କରିବନି ଯାହା ଆମକୁ କଷ୍ଟ ଦେବ l ତମ ସବୁଠୁ ଭଲ୍ l

– ଏପରି କହିବା ଦ୍ୱାରା ଆପଣଙ୍କ ପିଲା ମଧ୍ୟ ନିଜକୁ ଗୋଟିଏ ଭଲ ମଣିଷ କରିବାକୁ ଚେଷ୍ଟା କରିବ l

– ନିଜ ପିଲାଙ୍କୁ ସବୁବେଳେ କୁହନ୍ତୁ ସେ ତମ ଖୁସିର କାରଣ , ତାଙ୍କୁ ଦେଖିଲା ପରେ ଆପଣଙ୍କ ଦିନ ଟି ଭଲରେ ଯାଏ l

– ନିଜ ପିଲା ମନରେ ସେଲ୍ଫ ଲଭ ଭାବନା ଭରନ୍ତୁ l ଯାହା ଦ୍ୱାରା ସେ ନିଜକୁ ଅଧିକ ଗୁରୁତ୍ୱ ଦେବ ଓ କିଛିବି ଭୁଲ କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରିବ l

– ନିଜ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ କଦାପି ତୁଳନା କରନ୍ତୁ ନାହିଁ l କାହିଁକି ନା ଗୋଟିଏ ପିଲା ଅନ୍ୟ ଗୋଟିଏ ପିଲା ଠାରୁ ସମ୍ପୂର୍ଣ ଅଲଗା ଅଟେ l ତୁଳନାତ୍ମକ ଭାବନା ପିଲାଙ୍କୁ ଆତ୍ମହରା କରିଥାଏ l

– ନିଜ ମନର ସ୍ନେହ କୁ ପିଲାଙ୍କୁ ଦେଖାଇବା ଖୁବ ଜରୁରୀ l ତେଣୁ ତାହା ଆପଣଙ୍କୁ ଦେଖାଇବା ପାଇଁ ପିଲାଙ୍କୁ ସ୍ନେହ କରିବାକୁ ପଡିବ l

Leave a comment