ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ବନ୍ୟାଜଳ

0

ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ବର୍ଷର ପ୍ରଥମ ବନ୍ୟାଜଳ। ମହାନଦୀର ବନ୍ୟାଜଳ ମନ୍ଦିରକୁ ଛୁଇଁବା ନେଇ ୧୪୪ ଧାରା ଜାରି କରାଯାଇଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିରକୁ ଚଳିତ ବର୍ଷ ଛୁଇଁଛି ମହାନଦୀର ପ୍ରଥମ ବନ୍ୟାଜଳ। ଧିରେ ଧିରେ ମନ୍ଦିର ମଧ୍ୟକୁ ବନ୍ୟା ଜଳ ମନ୍ଦିର ପାହାଚ ବୁଡିବା ସହ ମନ୍ଦିର ବେଢ଼ା ଉପରେ ପ୍ରବେଶ କରିଛି। ଦେବୀଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟସ୍ଥ ରତ୍ନଗିରି ପାହାଡରେ ଥିବା ମାଙ୍କ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ । ପୀଠକୁ ୧୪୪ ଧାରା ଜାରୀ କରାଯିବା ନେଇ ସୂଚନା ଦେଇଛନ୍ତି ବଡମ୍ବା ଦେବତ୍ତର ଅଧିକାରୀ ତଥା ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ।

ପୁରା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି କଟକଣା ସମୟରେ କୌଣସି ବ୍ୟକ୍ତିଙ୍କୁ ମନ୍ଦିର ପରିସରକୁ ଯିବାକୁ ଅନୁମତି ନାହିଁ, ଯଦି କେହି ଏହି ନିୟମକୁ ଅବମାନନା କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୧୪ ତାରିଖରେ ଭଟ୍ଟାରିକା ମନ୍ଦିରର ବେଢାକୁ ଛୁଇଁଥିଲା ବର୍ଷର ପ୍ରଥମ ବନ୍ୟାଜଳ।

Leave a comment