ଏଣିକି ରେଲୱେ ଯାତ୍ରୀଙ୍କ ପାଇଁ ୨୦ ଟଙ୍କାରେ ମିଳିବ ମିଲ ଓ ୩ ଟଙ୍କାରେ ମିଳିବ ପାଣି

0

ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ସମୟ ସମୟରେ ପ୍ରଦାନ କରାଯାଉଥିବା ସେବାକୁ ଅପଡେଟ୍ କରିଥାଏ । ଏହି ତାଲିକାରେ ଏବେ ରେଲୱେ ନିଜ ଯାତ୍ରୀଙ୍କ ପାଇଁ ଏକ ବଡ ଖୁସିଖବର ନେଇଆସିଛି । ରେଲୱେ ଏବେ ନିଜ ଯାତ୍ରୀଙ୍କୁ ବହୁତ କମ୍ ଦାମରେ ପେଟପୁରା ଭୋଜନ ଉପଲବ୍ଧ କରାଇବ । ଏହି ସୁବିଧା ସେହି ଯାତ୍ରୀଙ୍କ ପାଇଁ ଆରମ୍ଭ କରାଯାଉଛି ଯେଉଁମାନେ ଜେନେରାଲ ବଗିରେ ଯାତ୍ରା କରୁଛନ୍ତି ।

ରେଲୱେଠୁ ମିଳିଥିବା ସୂଚନା ଅନୁସାରେ ଏହି ସୁବିଧା ଅନୁସାରେ ପ୍ଲାଟଫର୍ମରେ ହିଁ ଜେନେରାଲ ବଗି ସାମ୍ନାରେ ଇକୋନୋମି ମିଲର ଷ୍ଟଲ୍ ଲଗାଯିବ ।

ରେଲୱେ ଦ୍ୱାରା ଲଗାଯାଉଥିବା ଏହି ଷ୍ଟଲରେ ୨୦ ଟଙ୍କାରେ ପେଟପୁରା ଖାଦ୍ୟ ମିଳିବ ଏବଂ ୩ ଟଙ୍କାରେ ପାଣି ଉପଲବ୍ଧ ହୋଇପାରିବ । ତେବେ ପ୍ରାରମ୍ଭିକ ସମୟରେ ଦେଶର କେବଳ ୬୪ ଷ୍ଟେସନରେ ହିଁ ଏହି ସୁବିଧା ଆରମ୍ଭ କରାଯାଇଛି । ପାଇଲଟ୍ ପ୍ଲାନ୍ ଅନୁସାରେ ଏହି ସୁବିଧାର ପ୍ରଥମ ୬ ମାସ ଟ୍ରାଏଲ୍ ନିଆଯିବ । ଏହା ପରେ ଅନ୍ୟ ଷ୍ଟେସନରେ ମଧ୍ୟ ଏହି ସେବା ଆରମ୍ଭ ହୋଇଯିବ । ଭାରତୀୟ ରେଲୱେ ଅନୁସାରେ ବର୍ତ୍ତମାନ ଏହି ସେବା ନର୍ଥ ଜୋନର ୧୦, ଇଷ୍ଟ ଜୋନର ୨୯, ସାଉଥ୍ ସେଣ୍ଟ୍ରାଲ ଜୋନର ୩, ସାଉଥ୍ ଜୋନର ୯, ୱେଷ୍ଟ ଜୋନର ୧୩ ରେଲୱେ ଷ୍ଟେସନ ସାମିଲ ।

ରେଲୱେ ସୂଚନା ଅନୁସାରେ ଏହି ସେବା ଅନୁସାରେ ମିଲ୍ ଟାଇପ୍ ୱନରେ ୨୦ ଟଙ୍କାର ଥାଳି ମିଳିବ ଯେଉଁଥିରେ ପୁରୀ, ତରକାରୀ ଏବଂ ଆଚାର ରହିବ । ମିଲ୍ ଟାଇପ୍ ଟୁରେ ୫୦ ଟଙ୍କାର ଥାଳି ରହିବ । ଏଥିରେ ଭାତ-ଡାଲି, ଖେଚେଡି, ଛୋଲେ ଭଟୁରେ, ପାୱଭାଜି ଏବଂ ମସାଲା ଦୋସା ସାମିଲ ହେବ । ଏହା ସହିତ ଯାତ୍ରୀଙ୍କ ପାଇଁ ୨୦୦ ମିଲିଲିଟରର ପ୍ୟାକେଜ୍ଡ ପାଣି ବା ସିଲବନ୍ଦ ଗ୍ଲାସ୍ ମଧ୍ୟ ଉପଲବ୍ଧ ହେବ । ଏହି ଗ୍ଲାସର ଦାମ୍ ୩ ଟଙ୍କା ହେବ ।

Leave a comment