ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଗୋଶାଳା ପଡିଆଠାରେ ରବିବାର ଆୟୋଜିତ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ କେତେକ ନୂତନ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସବ୍‌ସିଡ୍‌ ମନି ୧୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ରାଜ୍ୟର ହଜାର ହଜାର ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମିଶନ ଶକ୍ତି ଯୋଜନା ମହିଳାଙ୍କୁ ସ୍ବାବଲମ୍ବୀ କରାଇଛି । ଗ୍ରାମାଞ୍ଚଳର ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ମହିଳାଙ୍କୁ ଅଧିକ ସ୍ବାବଲମ୍ବୀ କରିବା ସହ ରାଜ୍ୟ ସରକାର ମିଶନ ଶକ୍ତି ଉପରେ ଆହୁରି ଅଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ।

Leave a comment

You cannot copy content of this page