ପୂର୍ବତଟ ରେଳବାଇ ବିଭାଜନକୁ ବିଜେଡିର ପ୍ରତିବାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତଟ ରେଳବାଇ ବିଭାଜନ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀ ପୂର୍ବତଟ ରେଳବାଇକୁ ଦୁଇଭାଗ କରିଦେଇଥିବା ଅଭିଯୋଗରେ ପ୍ରତିବାଦ କରିଛନ୍ତି ।

ଏହି ବିଭାଜନ ପଛରେ କେନ୍ଦ୍ର ସରକାରଙ୍କ ରାଜନୈତିକ ସ୍ୱାର୍ଥଥିବା ବିଜେଡି ପକ୍ଷରୁ ଅଭିଯୋଗ ହେବାସହ ପୂର୍ବତଟ ରେଳବାଇକୁ ବିଭାଜନ ନକରିବାକୁ ଦାବି କରିଛି ।

ଦକ୍ଷିଣତଟ ରେଳବାଇ ଗଠନ କରି ଓଡିଶାରେ ପୂର୍ବତଟ ରେଳ ସେବାକୁ ଦୁର୍ବଳ କରିବାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଚକ୍ରାନ୍ତ । ଦକ୍ଷିଣତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଟଣାଠାରେ କରାଯାଇଛି ।

ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ନବଗଠିତ ଦକ୍ଷିଣତଟ ରେଳବାଇ ସହ ମିସାଇବାକୁ କେନ୍ଦ୍ର ପକ୍ଷରୁ ହୀନ ପ୍ରୟାସ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଏହାଦ୍ୱାରା ଓଡ଼ିଶାର ରାଜସ୍ୱ ହାନି ହେବବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Leave a comment