ବୟସ ଅନୁପାତରେ କେତେ ଶୋଇବା ଆବଶ୍ୟକ ? ଅଧିକ ଶୋଇଲେ ଶରୀର ଉପରେ କିଭଳି ପଡେ ପ୍ରଭାବ, ଆସନ୍ତୁ ଜାଣିବା…
ଆମେ ଏମିତିରେ ଜାଣିଛୁ ଯେ ପ୍ରତ୍ୟେକ ବ୍ୟକ୍ତି ଦିନକୁ ୭-୯ ଘଣ୍ଟା ଶୋଇବା ଜରୁରୀ l କିନ୍ତୁ ପ୍ରତ୍ୟେକ ମଣିଷ ଙ୍କ ର ନିଦ୍ରାର ଆବଶ୍ୟକତା ରହିଛି ତାଙ୍କ ଲାଇଫ ଷ୍ଟାଇଲ , ଆବଶ୍ୟକ , ପରିଶ୍ରମ ଓ ବୟସ ଅନୁସାରେ l ଏହାଛଡା ଏହା ମଣିଷ ର ଶୋଇବା ପ୍ୟାଟର୍ନ ଉପରେ ନିର୍ଭର କରିଥାଏ l ଏହାଛଡା ଏହା ଆପଣଙ୍କ ଶୋଇବା ଓ ଉଠିବା ପ୍ୟାଟର୍ନ ଉପରେ ମଧ୍ୟ ନର୍ଭର କରିଥାଏ l ଆମେ ନିଜେ ଜାଣି ରଖିବା ଉଚିତ ଯେ ଆମେ କେତେ ଘଣ୍ଟା ଦିନକୁ ଶୋଇବା ଜରୁରୀ l କାହିଁକି ନା ଆମ ସ୍ଲିପିଂ ପ୍ୟାଟର୍ନ ଏହା ଉପରେ ନିର୍ଭର କରିଥାଏ l
ବିଜ୍ଞାନ ମତରେ କେଉଁ ସମୟରେ ଶୋଇବା ଜରୁରୀ -:
ବିଜ୍ଞାନ ଅନୁସାରେ , ଆମ ଶରୀର ଓ ମସ୍ତିଷ୍କ ସୂର୍ଯ୍ୟାସ୍ତ ହେବା ପରେ ଢିଲା ପଡିବାକୁ ଲାଗିଥାଏ ଓ କାର୍ଯ୍ୟ କରିବା ପାଇଁ ଇଛା ହୋଇ ନଥାଏ l ଏହି କାରଣରୁ ଆପଣ ରାତ୍ରୀ ସମୟରେ ଯେତେ ଶୀଘ୍ର ଶୋଇବା ପାଇଁ ବେଡ଼ ଉପରକୁ ଯିବେ ସେତେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର l
ଉଠିବାର ପ୍ରକୃତ ସମୟ କଣ ରହିଛି -:
ମଣିଷ ଶରୀର ଏଭଳି ତିଆରି ହୋଇଛି ସୂର୍ଯ୍ୟ ଉଦୟ ହେବା ମାତ୍ରକେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ଯାଇଥାଏ l ତେଣୁ ସୂର୍ଯ୍ୟ ଉଦୟ ହେବା ମାତ୍ରକେ ଆମ କୁ ଶଯ୍ୟାକୁ ତ୍ୟାଗ କରିବା ଖୁବ ଜରୁରୀ ଅଟେ l ପ୍ରତ୍ୟେକ ଦିନ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଶଯ୍ୟା ତ୍ୟାଗ କରିବା ଜରୁରୀ , ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଏହାଦ୍ୱାରା ସ୍ଲିପ ପ୍ୟାଟର୍ନ ମେଣ୍ଟେନ ହୋଇଥାଏ l ଯଦି ଆପଣ ରାତି ୯ ଟା ସମୟରେ ଶୋଉ ଛନ୍ତି ତେବେ ସକାଳ ୫ ଟା ରେ ଉଠିଯିବା ଜରୁରୀ l ଏହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗ ଠାରୁ ଦୂରେଇ ରହିବେ l
ବୟସ ଅନୁପାତ ରେ କେତେ ଶୋଇବା ଆବଶ୍ୟକ -:
– ୯ ମାସ ପର୍ଯ୍ୟନ୍ତ ଶିଶୁ ୧୪-୧୭ ଘଣ୍ଟା ଶୋଇବା ଆବଶ୍ୟକ
– ୯ ମାସ ରୁ ନେଇ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ୧୧-୧୬ ଘଣ୍ଟା
– ୨-୫ ବର୍ଷ ର ପିଲା ୧୦-୧୩ ଘଣ୍ଟା
– ୫-୧୩ ବର୍ଷ ଆୟୁ ବର୍ଗ ର ପିଲା ୯-୧୧ ଘଣ୍ଟା
– ୧୩-୧୭ ଟିନ ଏଜର ମାନେ ୧୦ ଘଣ୍ଟା
– ୧୮-୫୫ ଆୟୁ ବର୍ଗର ବ୍ୟକ୍ତି ୭-୯ ଘଣ୍ଟା
– ୫୫ ରୁ ତଦୁର୍ଧ ଆୟୁ ବର୍ଗର ବ୍ୟକ୍ତି ୬-୭ ଘଣ୍ଟା ଶୋଇବା ଆବଶ୍ୟକ
ବିଶେଷ ଭାବରେ ରାତ୍ରୀ ସମୟରେ ଉଚିତ ପରିମାଣ ରେ ଶୋଇବା ନିହାତି ଜରୁରୀ , ଯଦି ଏଥିରେ କିଛି ଅସୁବିଧା ହେଉଛି ଡ଼କ୍ଟର ଙ୍କୁ ସାକ୍ଷାତ କରନ୍ତୁ l