ଏକାମ୍ର କ୍ଷେତ୍ରରେ ୫ଟି ସଚିବ, ଯଜ୍ଞ ସ୍ଥଳୀ ଯାଇ କଲେ ପୂଜାର୍ଚ୍ଚନା

0

ଏକାମ୍ର ପ୍ରକଳ୍ପ ପାଇଁ ଧୁମଧାମରେ ଚାଲିଛି ଭୂମିପୂଜନ। ଦ୍ବିତୀୟ ଦିନରେ ଯଜ୍ଞରେ କମ୍ପୁଛି ସାରା ଏକାମ୍ର କ୍ଷେତ୍ର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ। ଆଜି ସନ୍ଧ୍ୟାରେ ଓ ଆସନ୍ତାକାଲି ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍‌।

ପ୍ରଥମେ ଆସି ଲିଙ୍ଗରାଜ ମନ୍ଦିର କାନ୍ଥରେ କରାଯାଇଥିବା ଲାଇଟ୍ ବ୍ୟବସ୍ଥା ଦେଖିଥିଲେ। ସେଠାରୁ ଯଜ୍ଞ ସ୍ଥଳୀ ଯାଇ ପୂଜାର୍ଚ୍ଚନା କରିଥିଲେ। ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ସେଠାରୁ ଯାଇ ହରପାର୍ବତୀଙ୍କ ନିକଟରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ୍‌। ସେଠାରେ ସେବାୟତଙ୍କ ସହ କଥାବାର୍ତ୍ତା ହୋଇ ଆଉ କଣ ବ୍ୟବସ୍ଥା କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।

ଆସନ୍ତାକାଲିର କାର୍ଯ୍ୟକ୍ରମରେ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ। ସେଠାରୁ ଭଜନ କାର୍ୟ୍ୟକ୍ରମ ଚାଲିଥିବା ସ୍ଥାନକୁ ଯାଇ ସଂକିର୍ତ୍ତନ କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଭଜନ ମଣ୍ଡପରେ ହୋଇଥିବା ବ୍ୟବସ୍ଥା ଦେଖିଥିଲେ। ସେଠାରୁ ମାର୍କେଟ କମ୍ପ୍ଲେକ୍ସ ଯାଇ ଲିଙ୍ଗରାଜଙ୍କର ହେଉଥିବା ଲାଇଟ୍ ଶୋ ଦେଖିଥିଲେ। ଶେଷରେ ଆସନ୍ତାକାଲି ପାଇଁ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଫେରିଯାଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌।

Leave a comment