ମଧ୍ୟମରେ ଜମିବ ଜଗା ଓ ଅପରାଜିତାଙ୍କ ଯୋଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୦୯ ସାଧାରଣ ନିର୍ବାଚନ ପୂର୍ବଥର ପରି ଓଡ଼ିଶାରେ ଲୋକସଭା ବିଧାନସଭା ନିର୍ବାଚନ ହେଉଥାଏ । ହେଲେ ବିଜେଡି, ବିଜେପି ମଧ୍ୟରେ ମେଣ୍ଟ ନଥିଲା । କନ୍ଧମାଳ ଦଙ୍ଗା ପ୍ରସଙ୍ଗରେ ବିଜେଡି ଏବଂ ବିଜେପି ର ମେଣ୍ଟ ଭାଙ୍ଗି ଯାଇଥିଲା । ସେହିପରି ନିର୍ବାଚନ ମଣ୍ଡଳୀର ସୀମା ପୁନର୍ବାର ନିର୍ଦ୍ଧାରିତ ହୋଇଥିଲା । ଯାହାଫଳରେ ସବୁଠାରୁ ବଡ ଆସନ ବୋଲାଉ ଥିବା ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ତିନି ଭାଗରେ ବିଭକ୍ତ ହୋଇଥିଲା । ତାହା ମଧ୍ୟରେ ଗୋଟିଏ ଭାଗ ହୋଇଥିଲା ଭୁବନେଶ୍ୱର ମଧ୍ୟମ । ଏହି ସ୍ଥାନରେ ବିଜେଡିରୁ ଶେଷ ସମୟରେ ପ୍ରାର୍ଥୀ ହୋଇଥିଲେ ବିଜୟ କୁମାର ମହାନ୍ତି । ସେହିପରି ବିଜେପି ଉତାରି ଥିଲା ଏକଦା ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ । ତାଙ୍କ ବିରୁଦ୍ଧରେ ଜଣେ ଯୁବକ ସ୍ୱାଧୀନ ଭାବରେ ରଣାଙ୍ଗଣାକୁ ଓଲ୍ହାଇ ଥିଲେ ଓ ପାଇଥିଲେ ୮୧୫୯ ଖଣ୍ଡ ଭୋଟ । ଯେତେବେଳେ ବିଶ୍ୱଭୂଷଣ ବିଜେପି ଦଳୀୟ ଚିହ୍ନରେ ଲଢ଼ି ପାଇଥିଲେ ୧୧୪୩୨ ଖଣ୍ଡ ଭୋଟ । ଏହି ଯୁବକ ସେତେବେଳେ ସରା ଓଡ଼ିଶା ରାଜନୀତିରେ ନିଜର ଛାପ ଛାଡିଥିଲେ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପିର ଭୁବନେଶ୍ୱରର ଏକ ପ୍ରମୁଖ ମୁହଁ ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟର ଜଣେ ସଦସ୍ୟ ।

ସମୟ ଗଡ଼ିବା ସହିତ ରାଜନୀତିର ଧାରା ମଧ୍ୟ ପରିବର୍ତ୍ତନ ହୋଇଛି । ୨୦୦୯ ମସିହାରେ ସ୍ଵାଧୀନରେ ଲଢ଼ି ୮୧୫୯ ଟି ଭୋଟ ପାଇଥିବା ଜଗନ୍ନାଥଙ୍କୁ ୨୦୧୪ ରେ ବିଜେପି ରୁ ଟିକେଟ ମିଳିଥିଲା । ମୋଦି ହାୱା ମଧ୍ୟ ଥିଲା ମାତ୍ର ଏହି ଆଠ ହଜାର ଭୋଟ ଟି ୨୭୭୧୮ଖଣ୍ଡ ଭୋଟକୁ ପରିବର୍ତ୍ତନ ହୋଇଥିଲା । ଯାହାଥିଲା ମୋଟ ଭୋଟର ୨୯% ପୂର୍ବ ଅପେକ୍ଷା ବିଜେପି ୧୮% ବୃଦ୍ଧି ହୋଇଥିଲା । ଏହିଭିତରେ ବିଜେପି ଆହୁରି ଶକ୍ତିଶାଳୀ ହୋଇଛି । ଅପରାଜିତାଙ୍କ ଆଗମନ ପରେ ବିଶେଷକରି ଭୁବନେଶ୍ୱର ବିଜେପିକୁ ଆହୁରି ଉତ୍ସାହିତ କରିଛି । ବିଜେଡି ପକ୍ଷରୁ ବର୍ତ୍ତମାନ ଥିବା ବିଧାୟକଙ୍କୁ ପ୍ରାର୍ଥୀ କରାଯିବ ନା ନାହିଁ ଏହାକୁ ନେଇ ଅନିଶ୍ଚିତତା ଲାଗିରହିଛି । ଏହି ସବୁ ଭିତରେ ଜଗାଙ୍କ ପ୍ରତି ୮ ରୁ ୧୦% ଭୋଟ ବଢ଼ିଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ଯଦି ସବୁ କିଛି ଠିକ ଚାଲେ ତେବେ ଜଗା ଚକମା ଦେଇପରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଜଗନ୍ନାଥଙ୍କ ସବୁଠାରୁ ଭଲ ଗୁଣ ହେଉଛି ଯେକୌଣସି ସମୟରେ ଲୋକଙ୍କ ପାଖରେ ହାଜିର ହେବା । ଅବଶ୍ୟ ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦୀ ବିଜୟ ମହାନ୍ତିଙ୍କର ବି ସେହିଗୁଣ ରହିଛି । ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଜଟଣୀ ରାଜନୀତିରେ ସୁରେଶ ରାଉତରାୟ, ଜଗନ୍ନାଥ ପ୍ରଧାନ, ବିଜୟ ମହାନ୍ତି ନିଜର ଲୋକପ୍ରିୟତା, ଯୁବ ବତ୍ସଳତା ଯୋଗୁଁ ପରିଚିତ ହୋଇଥାନ୍ତି । ତେଣୁ ଜଗନ୍ନାଥ ଏହାର ଫାଇଦା ଉଠାଇ ଏହାକୁ ଯଦି ଭୋଟରେ ପରିବର୍ତ୍ତନ କରିପାରିଲେ ତେବେ ସେ ନିଶ୍ଚୟ ସଫଳ ହେବେ ବୋଲି ଚର୍ଚ୍ଚା ହେଉଛି ।

ଗତଥର ନିର୍ବାଚନ ରେ ସେ ଖୋଲା ଖୋଲି ପୋଷ୍ଟେର ରେ ଲେଖିଥିଲେ ନାହିଁ ଅନ୍ୟ ପଥ ଏଥର ଜଗନ୍ନାଥ । ସେହି ପୋଷ୍ଟେର ୨୦୧୯ ରେ ବି ଦେଖିବାକୁ ମିଳିପାରେ । ବର୍ତ୍ତମାନ ବିଜେପି ହିଁ ବିଜେଡିର ବିକଳ୍ପ ବୋଲି କୁହାଯାଉଛି । ଏବଂ ସମୀକ୍ଷକ ମାନେ ବି ବିଜେଡି ପରେ ବିଜେପିକୁ ଦେଖୁଛନ୍ତି । ଦୀର୍ଘ ଦିନ ଧରି କଂଗ୍ରେସର ଭୁବନେଶ୍ୱରରେ ଅତ୍ତାପତ୍ତା ନାହିଁ । ତେଣୁ କରି ଜଗାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

Leave a comment